Advertisment

Odisha Police Recruitment: ୪୭୭ SI ଓ ୨୪୪ କନଷ୍ଟେବଲ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

s

author-image
Rajalaxmi Sahoo
Odisha Police Recruitment: ୪୭୭ SI ଓ ୨୪୪ କନଷ୍ଟେବଲ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

odisha police

  • ଓଡିଶା ପୋଲିସରେ ଏସ୍‌ଆଇ ଓ କନଷ୍ଟେବଲ(କମ୍ୟୁନିକେସନ୍) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ
  • ୪୭୭ଟି ସବ୍‌ ଇନ୍ସପେକ୍ଟର ଓ ୨୪୪ଟି କନଷ୍ଟେବଲ(କମ୍ୟୁନିକେସନ୍) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ
  • ଯୋଗ୍ୟ ପ୍ରାର୍ଥୀମାନେ ଜୁଲାଇ ୧୫ ସୁଦ୍ଧା ଆବେଦନ କରିପାରିବେ
  • ଚଳିତ ବର୍ଷ କିନ୍ନର ମାନେ ମଧ୍ୟ ସବ୍‌ ଇନ୍ସପେକ୍ଟର ଓ କନଷ୍ଟେବଲ ପଦବୀ ପାଇଁ ଆବେଦନ କରିପାରିବେ
Advertisment

ଭୁବନେଶ୍ୱର: ଓଡ଼ିଶା ପୋଲିସ୍‌ରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଓଡିଶା ପୋଲିସରେ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ଓ କନଷ୍ଟେବଲ(କମ୍ୟୁନିକେସନ୍) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।  ୪୭୭ଟି ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୨୪୪ଟି କନଷ୍ଟେବଲ(କମ୍ୟୁନିକେସନ୍) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଜୁଲାଇ ୧୫ ସୁଦ୍ଧା ଆବେଦନ କରିପାରିବେ ବୋଲି ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।

ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରଖାଯାଇଛି। ଚଳିତବର୍ଷ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ଚଳିତବର୍ଷ ୩ଟି ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ପୋଲିସ ଡିଜି କହିଛନ୍ତି। ସବୁଠାରୁ ବଡ଼ କଥା, ଚଳିତ ବର୍ଷ କିନ୍ନର ମାନେ ମଧ୍ୟ ସବ୍‌ ଇନ୍ସପେକ୍ଟର ଓ କନଷ୍ଟେବଲ ପଦବୀ ପାଇଁ ଆବେଦନ କରିପାରିବେ।

Advertisment

publive-image

odisha police

Advertisment
Advertisment