Advertisment

ଓଡ଼ିଆ ଛାତ୍ର ଅଂଶୁମାନ କାମିଲା ହେଲେ IES ଟପ୍ପର

ଭୁବନେଶ୍ୱର :  ଓଡ଼ିଆ ପୁଅ ଅଂଶୁମାନ କାମିଲା ହେଲେ ଇଣ୍ଡିଆନ୍ ଇକୋନୋମିକ୍‌ ସର୍ଭିସ୍‌ (ଆଇଇଏସ୍‌) ଟପ୍ପର। ଆଇଇଏସ୍‌ ୨୦୧୯ ପରୀକ୍ଷାରେ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରେ ସେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ଅଂଶୁମାନ ହେଉଛନ୍ତି ପୂର୍ବତନ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ଅର୍ଥଶାସ୍ତ୍ର ପ୍ରଫେସର ମିତାଲି ଚିନାରାଙ୍କ ପୁଅ। ଅଂଶୁମାନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଡିଏଭିରେ ପାଠପଢ଼ା ଶେଷ କରିବା ପରେ ଦିଲ୍ଲୀର ଷ୍ଟିଫେନ୍ […]

author-image
Pradesh Pratyush
ଓଡ଼ିଆ ଛାତ୍ର ଅଂଶୁମାନ କାମିଲା ହେଲେ IES ଟପ୍ପର

ANSU--

ଭୁବନେଶ୍ୱର :  ଓଡ଼ିଆ ପୁଅ ଅଂଶୁମାନ କାମିଲା ହେଲେ ଇଣ୍ଡିଆନ୍ ଇକୋନୋମିକ୍‌ ସର୍ଭିସ୍‌ (ଆଇଇଏସ୍‌) ଟପ୍ପର। ଆଇଇଏସ୍‌ ୨୦୧୯ ପରୀକ୍ଷାରେ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରେ ସେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ଅଂଶୁମାନ ହେଉଛନ୍ତି ପୂର୍ବତନ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ଅର୍ଥଶାସ୍ତ୍ର ପ୍ରଫେସର ମିତାଲି ଚିନାରାଙ୍କ ପୁଅ।

Advertisment

publive-imageଅଂଶୁମାନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଡିଏଭିରେ ପାଠପଢ଼ା ଶେଷ କରିବା ପରେ ଦିଲ୍ଲୀର ଷ୍ଟିଫେନ୍ କଲେଜ୍‌ରୁ ଇକୋନୋମିକ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଜେଏନ୍‌ୟୁରେ ଏମ୍‌ଫିଲ୍‌ କରିଥିଲେ।

ଏ ଖବର ପାଇବା ପରେ ଅଂଶୁମାନ ନିଜ ଖୁସି ଜାହିର କରିବା ସହିତ ଏହାର ଶ୍ରେୟ ତାଙ୍କ ବାପାମା’, ଅଜା, ଗୁରୁଜନ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି। ତୃତୀୟ ଚେଷ୍ଟାରେ ସେ ଏହି ସଫଳତା ପାଇଛନ୍ତି। ଏଥିପାଇଁ ତାଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିଥିଲା ବୋଲି ସେ କହିଛନ୍ତି।

Advertisment

ସଫଳତା ପାଇବା ପୂର୍ବରୁ ବହୁ ଥର ବିଫଳ ହୋଇଥିବା ବେଳେ ପରିବାରର ସହଯୋଗ ବିନା ଏଥିରୁ ମୁକୁଳି ପାରି ନଥାନ୍ତି ବୋଲି ସେ ସ୍ୱୀକାର କରିଛନ୍ତି। ନିଜ ମାଟି ପାଇଁ କିଛି କରିବାକୁ ଆଶା ଥିବାରୁ ଚେଷ୍ଟା ଜାରି ରଖିଥିଲି ବୋଲି କହିଛନ୍ତି ଅଂଶୁମାନ।

ମାନ୍ଦାବସ୍ଥାର ପ୍ରଭାବ ଆନ୍ତର୍ଜାତିକ ସ୍ତରରେ ଦେଖାଦେଇଥିବା ସ୍ଥିତି ଯୋଗୁ ଭାରତରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି।   ଏଥିନିମନ୍ତେ ଭାରତ ସରକାର, ରାଜ୍ୟ ସରକାର ଓ ରିଜର୍ଭ ବ୍ୟାଙ୍କ ଚେଷ୍ଟା ଚଳାଇଥିବା କହିଛନ୍ତି ଆଇଇଏସ୍‌ ଟପ୍ପର ହୋଇଥିବା ଅଂଶୁମାନ।

ସିଭିଲ ସିର୍ଭସ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ନିଜ ଅଭିଜ୍ଞତାରୁ ସେ କହିଛନ୍ତି, ଯାହାବି ସିଲାବସ୍‌ ଅଛି ତାହାକୁ ଫଲୋ କରନ୍ତୁ। ଅଳ୍ପ କିଛି ପଢ଼ି ପରୀକ୍ଷାରେ ପାସ୍‌ କରିବାର ଇଚ୍ଛା ରଖିବା ଉଚିତ ନୁହେଁ । ସିଲାବସ୍‌ ଅନୁଯାୟୀ,  ଭଲ ଭାବେ ସବୁଦିନ ପଢ଼ିଲେ, ନିହାତି ଭାବେ ମେରିଟ ଲିଷ୍ଟରେ ବହୁତ ଓଡ଼ିଆ ସ୍ଥାନ ପାଇପାରିବେ।

ଅଂଶୁମାନଙ୍କ ମା’ ଜଣେ ଅର୍ଥନୀତି ବିଭାଗ ପ୍ରଫେସର ହୋଇଥିବା ବେଳେ ବାପା  ହେଉଛନ୍ତି ପ୍ରଶାସନିକ ଅଧିକାରୀ।  ଅର୍ଥନୀତିକୁ ସିଭିଲ ସର୍ଭିସରେ କିପରି କାମରେ ଲଗାଇହେବ ସେଥିନିମନ୍ତେ ପ୍ରେରଣା ଉଭୟଙ୍କ ନିକଟରୁ ମିଳିଥିଲା । ଏଥିନିମନ୍ତେ ମା’  ପାଠ ପଢ଼ିବାକୁ ପ୍ରେରଣା ଦେଇଥିବା ବେଳେ ଏହାକୁ କିପରି କାମରେ ଲଗାଇହେବ ସେ ବିଷୟରେ ବାପା ଶିକ୍ଷା ଦେଇଛନ୍ତି। ସମାଜ ପାଇଁ କିଛି କରିବାକୁ ଉଭୟ ମୋତେ ସବୁବେଳେ ପରାମର୍ଶ ଦେଇଥିଲେ।

ଏହି ଖବର ପାଇବା ପରେ ବାପାମା’ ବହୁତ ଖୁସି ହୋଇଥିବାରୁ ମୁଁ ବି ବହୁତ ଖୁସି ବୋଲି କହିଛନ୍ତି ଆଇଇଏସ୍‌ ଟପ୍ପର ହୋଇଥିବା  ଅଂଶୁମାନ କାମିଲା।

Advertisment
Advertisment