Advertisment

ସିବିଏସ୍ଇ ପରୀକ୍ଷା ୨୦୨୧: ପ୍ରାକ୍ଟିକାଲ୍ ପାଇଁ ନୂତନ ଉତ୍ତର ବହି ପ୍ରକାଶିତ

ଭୁବନେଶ୍ୱର: ଆସନ୍ତା ୨୦୨୧ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ସଂଶୋଧନ କରିବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ବ୍ୟାବହାରିକ ବା ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଏକ ନୂତନ ଉତ୍ତର ପୁସ୍ତକ ଆଣିଛି। ବୋର୍ଡ ଦ୍ୱାରା ଜାରି କରାଯାଇଥିବା ନୋଟିସ ଅନୁସାରେ ଚଳିତ ବର୍ଷ ବ୍ୟବହାରିକ ଉତ୍ତର ପୁସ୍ତକର କଭର ପୃଷ୍ଠା ପରିବର୍ତ୍ତନ କରାଯାଇଛି। ସିବିଏସ୍ଇ ଏକ ବିଜ୍ଞପ୍ତିରେ କହିଛି ଯେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ସହିତ ତାଳ ମେଳ ରଖିବାକୁ […]

ସିବିଏସ୍ଇ ପରୀକ୍ଷା ୨୦୨୧: ପ୍ରାକ୍ଟିକାଲ୍ ପାଇଁ ନୂତନ ଉତ୍ତର ବହି ପ୍ରକାଶିତ

cbse

Advertisment

ଭୁବନେଶ୍ୱର: ଆସନ୍ତା ୨୦୨୧ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ସଂଶୋଧନ କରିବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ବ୍ୟାବହାରିକ ବା ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଏକ ନୂତନ ଉତ୍ତର ପୁସ୍ତକ ଆଣିଛି। ବୋର୍ଡ ଦ୍ୱାରା ଜାରି କରାଯାଇଥିବା ନୋଟିସ ଅନୁସାରେ ଚଳିତ ବର୍ଷ ବ୍ୟବହାରିକ ଉତ୍ତର ପୁସ୍ତକର କଭର ପୃଷ୍ଠା ପରିବର୍ତ୍ତନ କରାଯାଇଛି।

Advertisment

ସିବିଏସ୍ଇ ଏକ ବିଜ୍ଞପ୍ତିରେ କହିଛି ଯେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ସହିତ ତାଳ ମେଳ ରଖିବାକୁ ଏହି ପରିବର୍ତ୍ତନ କରାଯାଇଛି। ପରୀକ୍ଷକ ସମସ୍ତ ପରକ୍ଷାର୍ଥୀଙ୍କ ଏଣ୍ଟ୍ରିଗୁଡ଼ିକ ଯତ୍ନର ସହ ଏବଂ ସଠିକ୍ ଭାବରେ ପୂରଣ କରୁଛନ୍ତି କି ନାହିଁ ତାହା ନିଶ୍ଚିତ କରିବାକୁ ବୋର୍ଡ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କହିଛି।

ପ୍ରାକ୍ଟିକାଲ୍ ପରୀକ୍ଷା, ପ୍ରକଳ୍ପ ମୂଲ୍ୟାଙ୍କନ ପାଇଁ ବୋର୍ଡ ଦ୍ୱାରା  ପ୍ରଦତ୍ତ ପୋଷ୍ଟ ଗ୍ରାଜୁଏଟ ଶିକ୍ଷକମାନଙ୍କୁ ଠିକ୍ ସମୟରେ ମୁକ୍ତକରି କରିବାକୁ ସିବିଏସ୍ଇ ବିଦ୍ୟାଳୟଗୁଡ଼ିକୁ କହିଛି, ଯାହା ଦ୍ୱାରା ପ୍ରାକ୍ଟିକାଲ ପରୀକ୍ଷଣର ସମସ୍ତ ପ୍ରକ୍ରିୟା ଧାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ ହେବ।

Advertisment

ପରୀକ୍ଷକ ଭାବରେ ନିଯୁକ୍ତ ଶିକ୍ଷକମାନଙ୍କୁ ଠିକ୍‌ ସମୟରେ ଯଦି ଯେଉଁ ବିଦ୍ୟାଳୟ ରିଲିଭ କରୁ ନ ଥିବେ ତାକୁ ଗୁରୁତର ସହ ନିଆଯାଇ ଦଣ୍ଡବିଧାନ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇ ପାରେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଶୁକ୍ରବାର ଦିନ ଦଶମ ଏବଂ ଦ୍ୱାଦଶ  ଶ୍ରେଣୀ ପାଇଁ ବ୍ୟବହାରିକ ପରୀକ୍ଷା, ପ୍ରକଳ୍ପ, ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ପ୍ରକାଶ କରିଛି।

ମୁଖ୍ୟ ନିର୍ଦ୍ଦେଶାବଳୀ

ପରୀକ୍ଷା କରେଇବା / ମୂଲ୍ୟାଙ୍କନ

ପ୍ରାର୍ଥୀଙ୍କ ସଂଖ୍ୟା ୨୦ରୁ ଅଧିକ ହେଲେ ପ୍ରାକ୍ଟିକାଲ୍, ପ୍ରୋଜେକ୍ଟ ମୂଲ୍ୟାଙ୍କନ ପରୀକ୍ଷା ଦିନକୁ ଦୁଇଟି ପର୍ଯାୟରେ କରାଯିବା ଉଚିତ୍।
ସୂକ୍ଷ୍ମ କଳା ପରୀକ୍ଷା କ୍ଷେତ୍ରରେ, ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ଦୁଇଟି ପର୍ଯ୍ୟାୟରେ ମୂଲ୍ୟାଙ୍କନ  କରାଯିବ।

Advertisment

ପରୀକ୍ଷା ପାଇଁ ନିର୍ଦ୍ଧାରିତ ତାରିଖ।

ବ୍ୟବହାରିକ ପରୀକ୍ଷା / ପ୍ରକଳ୍ପ / ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ମାର୍ଚ୍ଚ ୧ ରୁ ଜୁନ୍ ୧୧, ୨୦୨୧ ପର୍ଯ୍ୟନ୍ତ କରାଯିବ। ବୋର୍ଡ ଦ୍ୱାରା ପରୀକ୍ଷା ତାରିଖ ବୃଦ୍ଧିକୁ  ବିଚାର କରାଯିବ ନାହିଁ।

ଦଶମ ଶ୍ରେଣୀ  (ନିୟମିତ ଛାତ୍ରଛାତ୍ରୀ )

ନିୟମିତ ଛାତ୍ର ଛାତ୍ରୀମାନଙ୍କ ପ୍ରାକ୍ଟିକାଲ୍ ପରୀକ୍ଷା / ପ୍ରୋଜେକ୍ଟ / ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ବିଦ୍ୟାଳୟଗୁଡ଼ିକରେ ଥିବା ସେଇ ବିଷୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦ୍ୱାରା ସମ୍ପୃକ୍ତ ବିଷୟର ପାଠ୍ୟକ୍ରମ ଅନୁଯାୟୀ କରାଯିବ। ବୋର୍ଡ ଦ୍ୱାରା କୌଣସି ବାହ୍ୟ ପରୀକ୍ଷକ ନିଯୁକ୍ତ ହେବେ ନାହିଁ।

ବେସରକାରୀ ଛାତ୍ର: ବେସରକାରୀ ପ୍ରାର୍ଥୀଙ୍କ ପାଇଁ କୌଣସି ପୃଥକ ବ୍ୟବହାରିକ ପରୀକ୍ଷା / ପ୍ରକଳ୍ପ / ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ହେବ ନାହିଁ। ପ୍ରାକ୍ଟିକାଲ୍ ପରୀକ୍ଷା / ପ୍ରୋଜେକ୍ଟ / ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ପାଇଁ ଧାର୍ଯ୍ୟ କରାଯାଇଥିବା ମାର୍କଗୁଡ଼ିକ ବୋର୍ଡ ଦ୍ୱାରା କରାଯାଇଥିବା ଥିଓରୀ ପରୀକ୍ଷାର ସମାନୁପାତ ଆଧାରରେ ବୋର୍ଡ ଦ୍ ଗଣନା କରାଯିବ।

ଦ୍ୱାଦଶ ଶ୍ରେଣୀ (ନିୟମିତ ଛାତ୍ର):- ନିୟମିତ ଛାତ୍ରମାନଙ୍କ ପାଇଁ ଦ୍ୱାଦଶ ଶ୍ରେଣୀର L.O.C ମାଧ୍ୟମରେ ପ୍ରାୟୋଜିତ, ଛାତ୍ର (ମାନଙ୍କର) ଯୋଗ୍ୟତା / ବାସ୍ତବିକ ସ୍ଥିତିକୁ ଆଧାର କରି ବିଦ୍ୟାଳୟରେ ବ୍ୟବହାରିକ ପରୀକ୍ଷା / ପ୍ରକଳ୍ପ / ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କରାଯିବ।
ବେସରକାରୀ ଛାତ୍ର: ବେସରକାରୀ ପ୍ରାର୍ଥୀଙ୍କ ସମ୍ବନ୍ଧରେ କୌଣସି ପୃଥକ ବ୍ୟବହାରିକ ପରୀକ୍ଷା / ପ୍ରକଳ୍ପ / ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ