/odishatv-khabar/media/post_attachments/uploadimage/library/16_9/16_9_0/ctc-1_1626340588.jpg)
ctc
ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମକୁ ଆଖି ଆଗରେ ରଖି ଆଜି ରାଜ୍ୟର ସବୁ ସ୍କୁଲ ସକାଳୁଆ ଖୋଲିଛି। ସକାଳ ସାଢ଼େ ଛଅଟାରୁ ସ୍କୁଲ ଆରମ୍ଭ ହୋଇ ଦିନ ସାଢ଼େ ୧୦ଟାରେ ଶେଷ କରିବାକୁ ଗଣଶିକ୍ଷା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କଟକର ସବୁ ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଛତା ଓ ପାଣି ବୋତଲ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା’ସହ ଶିକ୍ଷକମାନଙ୍କୁ ୧୧ଟା ସୁଦ୍ଧା ସ୍କୁଲ ଛାଡିବାକୁ କୁହାଯାଇଛି।
Advertisment
ଗ୍ଲୋବାଲ ୱାମିଂ ଯୋଗୁ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବା ସହ ଅଂଶୁଘାତର ଆଶଙ୍କା ରହିଛି। ସେଥିପାଇଁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛିା ରାୟଗଡ଼ା ଜିଲ୍ଲା ଗୁଣପୁରରେ ମଧ୍ୟ ଛାତ୍ରଛାତ୍ରୀମାନେ ସକାଳୁଆ ସ୍କୁଲ ଯାଇଥିଲେ। ସକାଳୁ ସ୍କଲ ଆରମ୍ଭ ଯୋଗୁ ଛାତ୍ରଛାତ୍ରୀମାନେ ବେଶ୍ ଖୁସି ଅଛନ୍ତି। ସେହିପରି ନବରଙ୍ଗପୁରରେ ମଧ୍ୟ ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)