/odishatv-khabar/media/post_attachments/uploadimage/library/16_9/16_9_0/matric_1626422571.jpg)
matric
ଭୁବନେଶ୍ୱର : ଚଳିତ ବର୍ଷ ଫେବ୍ରୁଆରୀ ୨୨ତାରିଖରୁ ମାର୍ଚ୍ଚ ୮ ତାରିଖ ଯାଏ ଚାଲିବ ମାଟ୍ରିକ୍ ପରୀକ୍ଷା। ଏଥର ମୋଟ ୫ଲକ୍ଷ ୪୫ ହଜାର ୩୬୪ ରେଗୁଲାର୍ ପିଲା ପରୀକ୍ଷା ଦେବେ।
ପରୀକ୍ଷାର୍ଥୀ ଫେବ୍ରୁଆରୀ ୮ରୁ ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷା ସିଟିଂରେ ଏଥର ପରିବର୍ତ୍ତନ କରାଯାଇଛି। ପ୍ରଥମ ସିଟିଂ ସକାଳ ୧୦ଟାରୁ ସାଢ଼େ ୧୨ଟା ଓ ଦ୍ୱିତୀୟ ସିଟିଂ ଦିନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ହେବ। ଏଥିପାଇଁ ୨ ହଜାର ୮୩୦ଟି ପରୀକ୍ଷା କେନ୍ଦ୍ର ଏବଂ ୩୦୪ଟି ନୋଡାଲ୍ ସେଣ୍ଟର୍ ହୋଇଛି।
ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ୍ ଏହି ସୂଚନା ଦେଇଛନ୍ତି। ମୋଟ ୬୯୩ଟି ଡେସ୍ପାଚ୍ ଟିମ୍ ଗଠନ କରାଯାଇ ନୋଡାଲ୍ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଯିବାର ବ୍ୟବସ୍ଥା କରାଯାଇଛି। ଜଣେ ଓଏଏସ୍ ସ୍ତରୀୟ ଅଧିକାରୀଙ୍କ ତଦାରଖରେ ହିଁ ୩ ସ୍ତରରେ ଯାଞ୍ଚ କରିବା ପରେ ପରୀକ୍ଷା ପତ୍ର ପଠାଯିବ।
ପରୀକ୍ଷାକୁ ସ୍ୱଚ୍ଛ କରିବା ପାଇଁ କେନ୍ଦ୍ରଗୁଡିକରେ ମୋବାଇଲ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କେବଳ ସେଣ୍ଟର ସୁପରଭାଇଜର ହିଁ ମୋବାଇଲ ବ୍ୟବହାର କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)