/odishatv-khabar/media/post_attachments/uploadimage/library/16_9/16_9_0/ojee_1626853618.jpg)
jee
ଭୁବନେଶ୍ୱର: ଆଇଆଇଟିରେ ନାମଲେଖା ପାଇଁ ଆଜି ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଅନୁଷ୍ଠିତ ହେଉଛି। ଦେଶର ୧ ଲକ୍ଷ ୭୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଥିବା ବେଳେ ଓଡ଼ିଶାରୁ ୩୨୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ଜେଇଇ ଆଡ୍ଭାନ୍ସଡ୍ରେ ଦୁଇଟି ପେପର୍ରେ ପରୀକ୍ଷା ହେବାକୁ ଥିବାବେଳେ ସକାଳ ୯ଟାରୁ ପେପର୍-୧ ପରୀକ୍ଷା ଆରମ୍ଭ ହୋଇଛି। ଏହା ୧୨ଟା ପର୍ଯ୍ୟନ୍ତ ଚାଲିବ। ପେପର୍-୨ ପରୀକ୍ଷା ଅପରାହ୍ଣ ୨ଟାରୁ ୪ଟା ଯାଏ ହେବ।
ତେବେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଗୋଟିଏ ଘଣ୍ଟା ଅଧିକ ସମୟ ମିଳିଛି। ଓଡ଼ିଶାରେ ଭୁବନେଶ୍ୱର ସମେତ ବ୍ରହ୍ମପୁର, କଟକ ଓ ରାଉରକେଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା କିଭଳି ଭାବରେ ସୁରୁଖୁରୁରେ ପରିଚାଳିତ ହେବା ତାହା ଉପରେ ଗୁରୁତ୍ୱ ଦିଆଯାଇଛି।
ଇଲେକ୍ଟ୍ରୋନିକ୍ସ ଡିଭାଇସ୍, ରିଙ୍ଗ୍, ବ୍ରେସେଲେଟ୍, କାନଫୁଲ, ବଡ଼ ବଟମ୍ ଥିବା ଡ୍ରେସ୍ ପିନ୍ଧିବା ଉପରେ କଟକଣା ଜାରି ହୋଇଛି। ଜୁନ୍ ୧୪ରେ ଅନ୍ଲାଇନ୍ରେ ରାଙ୍କ୍ କାର୍ଡ ପ୍ରକାଶ ପାଇବ। କିନ୍ତୁ କୌଣସି ପରୀକ୍ଷାର୍ଥୀଙ୍କୁ ବ୍ୟକ୍ତିଗତ ଭାବେ ରାଙ୍କ୍ ପଠାଯିବ ନାହିଁ ବୋଲି କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)