/odishatv-khabar/media/post_attachments/uploadimage/library/16_9/16_9_0/sameer_1626507192.jpg)
sameer
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି ସ୍କୁଲ ଡ୍ରପ୍ ଆଉଟ୍ ସଂଖ୍ୟା। ଗତ କିଛି ବର୍ଷ ଧରି ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ଡ୍ରପ୍ ଆଉଟ୍ ସଂଖ୍ୟା ବଢ଼ି ଚାଲିଥିବା ସଦ୍ୟ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
Advertisment
୨୦୧୧-୧୨ମସିହା ଆର୍ଥିକ ବର୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ପ୍ରାଥମିକ ଶ୍ରେଣୀରେ ଡ୍ରପ୍ ଆଉଟ୍ ହାର ଦଶମିକ ୪୩ରୁ ୫ ଦଶମିକ ୮୧ରେ ପହଞ୍ଚିଥିବା ବେଳେ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ଏହି ହାର ୩ ଦଶମିକ ୦୭ରୁ ୫ ଦଶମିକ ୪୫ରେ ପହଞ୍ଚିଛି।
ତେବେ ସରକାରଙ୍କର ଏତେ ସବୁ ଯୋଜନା ସତ୍ତ୍ୱେ ସ୍କୁଲରେ ଛାତ୍ର ଉପସ୍ଥାନ କାହିଁକି କମୁଛି, ସେ ନେଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।
Advertisment
ସେହିଭଳି ବର୍ଷକୁ ଦୁଇଥର ହେଉଥିବା ଅଭିଭାବକ-ଶିକ୍ଷକ ବୈଠକକୁ ଏଣିକି ଚାରିଥର କରିବା ଲାଗି ବିଭାଗ ନିଷ୍ପତ୍ତି ନେଇଛି। ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)