/odishatv-khabar/media/post_attachments/uploadimage/library/16_9/16_9_0/cbse_1626945089.jpg)
cbse
ନୂଆଦିଲ୍ଲୀ: କୋଭିଡ -19 ମାମଲା ଦେଶର ବିଭିନ୍ନ ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଶିକ୍ଷାନୁଷ୍ଠାନଗୁଡ଼ିକ ଏଇ ଭାଇରସ୍ର ମୁଖ୍ୟ କେନ୍ଦ୍ରରେ ପରିଣତ ହେଉଥିବା ମନେ ହେଉଛି । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) କରୋନା ଭାଇରସ୍ ସଂକ୍ରମଣରେ ଆକ୍ରାନ୍ତ । ଛାତ୍ରଛାତ୍ରୀମାନଙ୍କ ପାଇଁ ଏଇ ଘୋଷଣା ବଡ଼
ଆଶ୍ଵସ୍ତି ଦାୟକ ହେବ ।
ସିବିଏସ୍ଇ ଦ୍ୱାରା ପ୍ରକାଶିତ ଏକ ଘୋଷଣା ଅନୁଯାୟୀ, ଯଦି କେହି ଛାତ୍ରଛାତ୍ରୀ କୋଭିଡ୍ -19 ପଜିଟିଭ୍ ଅଛନ୍ତି , ତେବେ ତାଙ୍କୁ ଲାବୋରେଟୋରୀରେରେ ହେଉଥିବା ବ୍ୟବହାରିକ ବା ପ୍ରାକ୍ଟିକାଲ ପରୀକ୍ଷା ବିଷୟରେ ଚିନ୍ତା କରିବାର ଆବଶ୍ୟକ ନାହିଁ |କାରଣ ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବୋର୍ଡ ଏକ ସର୍କୁଲାର ଜାରି କରି କହିଛି ଯେ ଏଭଳି ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ସ୍ଥଗିତ ରଖାଯିବ ଏବଂ ଏପ୍ରିଲରେ କିମ୍ବା ଲିଖିତ ପରୀକ୍ଷା ସମାପ୍ତ ହେବା ପରେ ମଧ୍ୟ ତାରିଖ ଧାର୍ଯ୍ୟ କରାଯାଇପାରିବ।
ଏହିପରି କୋଭିଡ ସଂକ୍ରମିତ ଛାତ୍ରଛାତ୍ରୀମାନଙ୍କୁ କେବଳ ବିଶ୍ରାମ ନେବାକୁ ଏବଂ ଘରେ ସଙ୍ଗରୋଧ ବା ଅନ୍ୟମାନଙ୍କ ଠାରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯିବା ଉଚିତ ବୋଲି ସିବିଏସ୍ଇ ବିଜ୍ଞପ୍ତିରେ କୁହାଯାଇଛି।
ସିବିଏସ୍ଇ ଆହୁରି କହିଛି ଯେ ଯଦି କୌଣସି ପ୍ରାର୍ଥୀ କୋଭିଡ୍ -19 ଆକ୍ରାନ୍ତ ଅଛନ୍ତି ଏବଂ ଯଦି ସେ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ଉପସ୍ଥିତ ହେବା ସ୍ଥିତିରେ ନାହାଁନ୍ତି, ତେବେ ପରବର୍ତ୍ତୀ ସମୟରେ ଏହିପରି ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରାକ୍ଟିକାଲ୍ ପରୀକ୍ଷା କରାଯାଇପାରିବ ବୋଲି କେନ୍ଦ୍ରୀୟ ବୋର୍ଡ କହିଛି। ସମଗ୍ର ଦେଶ ରେ ପୁଣିଥରେ ବଢୁଥିବା କୋଭିଡ୍ -19 ର ପ୍ରଭାବକୁ ଦେଖି ସିବିଏସ୍ଇର ଏଇ ନିଷ୍ପତ୍ତି ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପିତାମାତାଙ୍କୁ ଆଶ୍ଵସ୍ତ କରିଛି।
ସିବିଏସ୍ଇର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା 2021 ମେ 4 ରୁ ଆରମ୍ଭ ହେବାକୁ ଥିବାବେଳେ ଅନେକ ବିଦ୍ୟାଳୟ 10 ଏବଂ 12 ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ପ୍ରାକ୍ଟିକାଲ୍ ପରୀକ୍ଷା କରିବା ସହିତ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ମଧ୍ୟ ଆରମ୍ଭ କରିସାରିଛନ୍ତି।
କୋଭିଡ -19 ମହାମାରୀର ତାଜା ମାମଲାଗୁଡ଼ିକ ବୃଦ୍ଧିହେଉଥିବା ଯୋଗୁଁ ଗତ ସପ୍ତାହରେ, ସିବିଏସ୍ଇ ବୋର୍ଡ ପରୀକ୍ଷା ଦେଉଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ , ବ୍ୟବହାରିକ ବା ପ୍ରାକ୍ଟିକାଲ ତଥା ଥିଓରୀ ପରୀକ୍ଷା ପାଇଁ ସେମାନଙ୍କର ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ ଅନୁମତି ଦେଇଥିଲା।
“ଏହା ବୋର୍ଡର ନଜରକୁ ଆସିଛି ଯେ କୋଭିଡ -19 ମହାମାରୀ ହେତୁ 10 ଏବଂ 12 ଶ୍ରେଣୀର ଛାତ୍ରଛାତ୍ରୀମାନେ ସେମାନଙ୍କ ପରିବାର ସହିତ ଅନ୍ୟ ସହର କିମ୍ବା ଦେଶକୁ ଯାଇଛନ୍ତି ତେଣୁ ସେମାନ ଯେଉଁଠାରେ ବୋର୍ଡ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିଲେ ସେଇ ପରୀକ୍ଷା କେନ୍ଦ୍ରରେ ବ୍ୟବହାରିକ ବା ପ୍ରାକ୍ଟିକାଲ ପରୀକ୍ଷାରେ ନିଜେ ଉପସ୍ଥିତ ହେବାକୁ ଅସମର୍ଥ |
ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସିବିଏସ୍ଇ ପରୀକ୍ଷା କେନ୍ଦ୍ରର ପରିବର୍ତ୍ତନକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି ବୋଲି ବୋର୍ଡର ସରକାରୀ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ସରକାରୀ ବିଜ୍ଞପ୍ତି ଦେଖିବାକୁ ଲିଙ୍କରେ କ୍ଲିକ କରନ୍ତୁ
https://www.cbse.gov.in/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)