Advertisment

ବାହାରିଲା ମାଟ୍ରିକ୍‌ ରେଜଲ୍ଟ; ପାସ୍ ହାର ୭୦.୭୮ ପ୍ରତିଶତ

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଆଜି ସକାଳ ୯ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି। ତେବେ ରେଜଲ୍ଟ ଘୋଷଣା ହେବାର କିଛି ସମୟ ପରେ ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହୋଇଥିଲା। ବର୍ତ୍ତମାନ ଛାତ୍ରଛାତ୍ରୀମାନେ ୱେବ୍‌ସାଇଟ୍‌ରେ ସେମାନଙ୍କର ରେଜଲ୍ଟ ଦେଖି ପାରିବେ। ରେଜଲ୍ଟ ଉପଲବ୍ଧ ହେବାକୁ ଥିବା ୱେବସାଇଟ୍ ହେଲା-www.bseodisha.ac.in, www.bseodisha.nic.in। ଏଥିସହ SMS ଜରିଆରେ ବି ରେଜଲ୍ଟ ଜାଣି ହେବ। ସେଥିପାଇଁ ମୋବାଇଲ୍‌ରେ OR10 ଲେଖି, ତା ପରେ ରୋଲ୍‌ ନମ୍ବର […]

author-image
Rajalaxmi Sahoo
ବାହାରିଲା ମାଟ୍ରିକ୍‌ ରେଜଲ୍ଟ; ପାସ୍ ହାର ୭୦.୭୮ ପ୍ରତିଶତ

result announced

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଆଜି ସକାଳ ୯ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି। ତେବେ ରେଜଲ୍ଟ ଘୋଷଣା ହେବାର କିଛି ସମୟ ପରେ ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହୋଇଥିଲା।

Advertisment

ବର୍ତ୍ତମାନ ଛାତ୍ରଛାତ୍ରୀମାନେ ୱେବ୍‌ସାଇଟ୍‌ରେ ସେମାନଙ୍କର ରେଜଲ୍ଟ ଦେଖି ପାରିବେ। ରେଜଲ୍ଟ ଉପଲବ୍ଧ ହେବାକୁ ଥିବା ୱେବସାଇଟ୍ ହେଲା-www.bseodisha.ac.inwww.bseodisha.nic.in

ଏଥିସହ SMS ଜରିଆରେ ବି ରେଜଲ୍ଟ ଜାଣି ହେବ। ସେଥିପାଇଁ ମୋବାଇଲ୍‌ରେ OR10 ଲେଖି, ତା ପରେ ରୋଲ୍‌ ନମ୍ବର ଲେଖି 5676750କୁ ପଠାଇଲେ ରେଜଲ୍ଟ ଦେଖି ହେବ।

Advertisment

ଚଳିତ ବର୍ଷ ପାସ୍ ହାର ୭୦.୭୮ ପ୍ରତିଶତ ଥିବାବେଳେ ଗ୍ରେଡ୍‌ A1ରେ ୧୧୮୦, A2ରେ ୯୯୩୮, B1ରେ୨୪୯୯୧ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଗ୍ରେଡ୍‌ B2ରେ ୪୬,୩୧୯, Cରେ ୭୬,୧୩୯ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତ ବର୍ଷ ତୁଳନାରେ ଏଥର ପାସ୍ ହାର ପାଖାପାଖି ୬ ପ୍ରତିଶତ ହ୍ରାସ ପାଇଛି।

ଅନ୍ୟପକ୍ଷେ, ମଧ୍ୟମାରେ ପାସ୍ ହାର ୮୪. ୬୨ ପ୍ରତିଶତ। ୩୫୬୩ରୁ ୩୦୧୫ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଚଳିତ ବର୍ଷ ମୋଟ୍‌ ୩ ଲକ୍ଷ ୯୭ ହଜାର ୧୨୫ ମାଟ୍ରିକ୍ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏଥି ମଧ୍ୟରୁ ୨ ଲକ୍ଷ ୫ ହଜାର ଛାତ୍ରୀ ଥିବାବେଳେ , ୧ ଲକ୍ଷ ୯୧ ହଜାର ୬୫୫ ଛାତ୍ର ଅଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ପାସ୍ ହାର ସର୍ବାଧିକ ରହିଛି। ଝାରସୁଗୁଡ଼ାରେ ପାସ୍ ହାର ୮୫. ୪୮ ପ୍ରତିଶତ ରହିଛି।

ସେହିପରି କୋରାପୁଟରେ ପାସ୍ ହାର ସର୍ବନିମ୍ନ ୫୦.୬୧ ପ୍ରତିଶତ ରହିଛି।

ସୂଚନାଯୋଗ୍ୟ, ଫେବୃଆରୀ ୨୨ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା। ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୮୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୨୫ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା।

ପ୍ରଶ୍ନପତ୍ର ଭାଇରାଲ୍ ଓ ଓଏମ୍‌ଆର୍‌ ସିଟ୍ ଗାଏବକୁ ନେଇ ଚଳିତ ଥର ମାଟ୍ରିକ୍‌ ପରୀକ୍ଷା ଚର୍ଚ୍ଚାରେ ଥିଲା।

Advertisment
Advertisment