Advertisment

‘ୟୁଟ୍ୟୁବର ଭିଡିଓ ପରୀକ୍ଷା ପ୍ରସ୍ତୁତିରେ ବହୁତ ସାହାଯ୍ୟ କରିଛି ’

ଭୁବନେଶ୍ୱର : ୨୦୧୮ ଓଏଏସ୍ ପରୀକ୍ଷାରେ ଟପ୍ପର ହୋଇଥିବା ସୁନ୍ଦରଗଡ଼ ବଣାଇର ଦେବାଶିଷ ପଣ୍ଡା ରେଜଲ୍ଟ ବାହାରିବା ପରେ ପ୍ରଥମେ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ। ବିନା କୋଚିଂରେ ଓଏଏସ୍ ଟପ୍ପର ହୋଇଥିବାରୁ ଦେବାଶିଷ ବହୁତ ଖୁସି ବୋଲି କହିଛନ୍ତି । ୟୁଟ୍ୟୁବର ଭିଡିଓ ଓ ଇଣ୍ଟରନେଟ ପରୀକ୍ଷା ପ୍ରସ୍ତୁତିରେ ବହୁତ ସାହାଯ୍ୟ କରିଥିବା କହିଛନ୍ତି ଦେବାଶିଷ । ସେପଟେ ଓଏଏସ୍ ପରୀକ୍ଷାରେ ତୃତୀୟ ସ୍ଥାନ ପାଇଥିବା ଆକାଶ ପଣ୍ଡା […]

author-image
Pradesh Pratyush
‘ୟୁଟ୍ୟୁବର ଭିଡିଓ ପରୀକ୍ଷା ପ୍ରସ୍ତୁତିରେ ବହୁତ ସାହାଯ୍ୟ କରିଛି ’

oas topper 2018

ଭୁବନେଶ୍ୱର : ୨୦୧୮ ଓଏଏସ୍ ପରୀକ୍ଷାରେ ଟପ୍ପର ହୋଇଥିବା ସୁନ୍ଦରଗଡ଼ ବଣାଇର ଦେବାଶିଷ ପଣ୍ଡା ରେଜଲ୍ଟ ବାହାରିବା ପରେ ପ୍ରଥମେ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ। ବିନା କୋଚିଂରେ ଓଏଏସ୍ ଟପ୍ପର ହୋଇଥିବାରୁ ଦେବାଶିଷ ବହୁତ ଖୁସି ବୋଲି କହିଛନ୍ତି ।

Advertisment

ୟୁଟ୍ୟୁବର ଭିଡିଓ ଓ ଇଣ୍ଟରନେଟ ପରୀକ୍ଷା ପ୍ରସ୍ତୁତିରେ ବହୁତ ସାହାଯ୍ୟ କରିଥିବା କହିଛନ୍ତି ଦେବାଶିଷ । ସେପଟେ ଓଏଏସ୍ ପରୀକ୍ଷାରେ ତୃତୀୟ ସ୍ଥାନ ପାଇଥିବା ଆକାଶ ପଣ୍ଡା କହିଛନ୍ତି, ୨ ଥର ବିଫଳତା ପରେ ବର୍ତ୍ତମାନର ସଫଳତା ତାଙ୍କୁ ବହୁତ ଖୁସି ଦେଇଛି । ପରିବାର ଲୋକଙ୍କ ଉତ୍ସାହ ହିଁ ବିଫଳତାରୁ ଉଦ୍ଧାର କରିଥିଲା । ଶିକ୍ଷା ବିଭାଗରେ କାମ କରିବାକୁ ଆକାଶ ପଣ୍ଡା ଆଗ୍ରହୀ ବୋଲି କହିଛନ୍ତି ।

Advertisment
Advertisment