/odishatv-khabar/media/post_attachments/uploadimage/library/16_9/16_9_0/railway-44_1626432833.jpg)
railway
ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ । Railway Recruitment Board (RRB) ଗ୍ରୁପ ସି ଓ ଡି ବିଭାଗରେ ଖାଲି ପଡ଼ିଥିବା ୮୯ହଜାର ପଦବୀ ଲାଗି ଦରଖାସ୍ତ ଆହ୍ୱାନ କରୁଛି।
ଏହି ପଦବୀ ଲାଗି ବର୍ତ୍ତମାନ ସୁଦ୍ଧା ୧.୫କୋଟି ଛାତ୍ରଛାତ୍ରୀ ଆବେଦନ କରି ସାରିଥିବା ଜଣାପଡ଼ିଛି।
ଆରଆରବି ଗ୍ରୁପ ସି ପଦବୀ: ଆସିଷ୍ଟାଣ୍ଟଲୋକ ପାଇଲଟ-୧୭୬୭୩, ଟେକନିସିଆନ୍-୮୮୨୯
ସେହିପରି ଆରଆରବି ଗ୍ରୁପ ଡି ରେ ୬୨,୯୦୭ ପଦବୀ ଖାଲି ପଡିଛି।
ଚୟନ ପ୍ରକ୍ରିୟା: ଆବେଦନକାରୀଙ୍କ ଚୟନ Common Computer Based Test (CBT), Aptitude Test and Document Verification ଉପରେ ଆଧାରିତ ଅନୁଯାୟୀ କରାଯିବ।
ଗୁରୁତ୍ୱ ପୂର୍ଣ୍ଣ ସୂଚନା: ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧, ଅନଲାଇନ ପେମେଣ୍ଟ, ଏସବିଆଇ ଚାଲାଣ ଶେଷ ତାରିଖ ମାର୍ଚ୍ଚ ୩୧ ଥିବାବେଳେ ପୋଷ୍ଟ ଅଫିସ ଚାଲାଣର ଶେଷ ତାରିଖ ମାର୍ଚ୍ଚ ୨୯। ତେବେ ପରୀକ୍ଷା ଏପ୍ରିଲ କିମ୍ବା ମେ ମାସରେ ହୋଇପାରେ ବୋଲି ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)