/odishatv-khabar/media/post_attachments/uploadimage/library/16_9/16_9_0/students_1626159412.jpg)
students
ଭୁବନେଶ୍ୱର: ବନ୍ଦ ହେବ ରାଜ୍ୟର ୩ଟି ଡିଗ୍ରୀ କଲେଜ। ସେହିପରି ୧୦ଟି ଡିଗ୍ରୀ କଲେଜର ଅନୁମୋଦନ ପ୍ରତ୍ୟାହାର କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି।
Advertisment
ଉଚ୍ଚଶିକ୍ଷା ବିଭାଗର ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଜୋନ୍ର ଏହି ୧୩ଟି ଡିଗ୍ରୀ କଲେଜରେ ଲଗାତର ୩ ବର୍ଷ ଧରି ୨୫ ପ୍ରତିଶତରୁ କମ୍ ଛାତ୍ରଛାତ୍ରୀ ଆଡମିଶନ ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
/odishatv-khabar/media/post_attachments/wp-content/uploads/2020/05/Capture-33.jpg)
ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ ଜ୍ଞାନ ଭାରତୀ(ଡିଗ୍ରୀ କଲେଜ), ସୁବର୍ଣ୍ଣପୁର ସ୍ଥିତ ସୁକାନ୍ତି(ଡିଗ୍ରୀ କଲେଜ) ଓ ରାଉରକେଲା ସ୍ଥିତ ଡଃ ଆମ୍ବେଦକର ମେମୋରିଆଲ୍ ସୋସିଆଲ୍ ୱେଲ୍ଫେଆର୍ ଆଣ୍ଡ୍ ଏଜୁକେସନ୍ ଟ୍ରଷ୍ଟ, ଏହି ୩ଟି ଡିଗ୍ରୀ କଲେଜ ବନ୍ଦ ହେବ।
Advertisment
/odishatv-khabar/media/post_attachments/wp-content/uploads/2020/05/colleges.png)
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)