Murder Case Photograph: (OTV)
ବିଶ୍ବକପ୍ ଦେଖୁଥିଲେ, ଘରୁ ଡାକି ଭୁଜାଲିରେ ଭୁସି ହତ୍ୟା। ଭଦ୍ରକ ଟାଉନ୍ ଥାନା ଗୁଣ୍ଠୁଣିଆ ବଜାରଠାରେ ୨୪ ବର୍ଷୀୟ ଯୁବକ ଶ୍ରୀକୁମାର ସ୍ବାମୀଙ୍କୁ ଭୁଜାଲି ଓ ଅନ୍ୟ ମାରଣସ୍ତ୍ରରେ ସଂଘଵଦ୍ଧ ଆକ୍ରମଣ ପରେ ହତ୍ୟା କରିଛନ୍ତି। ଗତକାଲି ରାତିରେ ଶ୍ରୀକୁମାର ଘରେ କ୍ରିକେଟ ଦେଖୁଥିବା ବେଳେ କିଛି ଯୁବକ ତାଙ୍କୁ ଫୋନ୍ କରି ବାହାରକୁ ଡାକୁଥିଲେ।
ଆଉ ଭୁଜାଲିରେ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲେ। ଦେହ ସାରା ତାଙ୍କର କ୍ଷତାକ୍ତ ହୋଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ମେଡିକାଲ୍ ନିଆଯାଇଥିଲା, ହେଲେ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମାମଲାରେ ପୋଲିସ୍ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/murder-case-2026-03-09-09-16-16.jpg)