Advertisment

Youtuber Murder Case: ରାଜଧାନୀରେ ୟୁଟ୍ୟୁବରଙ୍କୁ ହତ୍ୟା ଘଟଣା, ୩ ଜଣଙ୍କୁ ଗିରଫ କଲା ପୋଲିସ

ରାଜଧାନୀରେ ୟୁଟ୍ୟୁବରଙ୍କୁ ହତ୍ୟା ଘଟଣା। ୩ଜଣଙ୍କୁ ଗିରଫ କଲା ମଞ୍ଚେଶ୍ବର ଥାନା ପୋଲିସ୍। ରସୁଲଗଡ଼ ଜିଜିପି କଲୋନି ସ୍କୁଲ ପଡ଼ିଆରେ ହତ୍ୟା ହୋଇଥିଲା।

Murder Case

Murder Case Photograph: (OTV)

Advertisment

ରାଜଧାନୀରେ ୟୁଟ୍ୟୁବରଙ୍କୁ ନିର୍ମମ ହତ୍ୟା ଘଟଣା। ହତ୍ୟା ମାମଲାରେ ୩ ଜଣଙ୍କୁ ଗିରଫ କଲା ମଞ୍ଚେଶ୍ୱର ପୋଲିସ। ଗତକାଲି ରସୁଲଗଡ ଜିଜିପି କଲୋନୀ ସ୍କୁଲ ପଡିଆରେ ଯୁବକଙ୍କ ଛାତିରେ ଛୁରୀ ଭୁଷି ହତ୍ୟା କରାଯାଇଥିଲା। ମୃତକ ହେଲେ ଜଗନ୍ନାଥନଗରର ରାହୁଲ ମହାରଣା। ସେ ପଳାସୁଣି ଅଂଚଳରେ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ବ୍ୟବସାୟ କରନ୍ତି। 

Advertisment

ରାତି ୧୦ଟା ସମୟରେ ମଦ୍ୟପାନ କରୁଥିବା ୩-୪ ଜଣ ଯୁବକ ରାହୁଲଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ରାହୁଲଙ୍କ ଛାତିରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ତାକୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଅଭିଯୁକ୍ତକୁ ଧରିବା ପାଇଁ ୩ ଟିମ ଗଠନ କରି ତଦନ୍ତ କରିଥିଲା।

Murder Case Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ