Advertisment

Mystery Deepens: କିନ୍ନର ଅଞ୍ଜଳିଙ୍କ କିଲର୍ କିଏ, ବୀଭତ୍ସ ହତ୍ୟାର ୨ ଦିନ ପରେ ବି ଲିଡ୍ ପଏଣ୍ଟ ପାଉନି ପୋଲିସ୍

କିନ୍ନର ଅଞ୍ଜଳି ହତ୍ୟାକାଣ୍ଡ ମାମଲାରେ ଏବେବି ପୋଲିସକୁ ମିଳିନାହିଁ ସଫଳତା। ସିସିଟିଭିକୁ ସାହାରା କରି ତଦନ୍ତ କରୁଛି ପୋଲିସ । ହେଲେ ମିଳୁନି ହତ୍ୟାକାରୀର ପତ୍ତା । ଜନଗହଳିପୂର୍ଣ୍ଣ ଜାତୀୟ ରାଜପଥ କଡ଼ରେ ଅତି ବୀଭତ୍ସ ହତ୍ୟାକାଣ୍ଡ ପରେ ବି ପୋଲିସ କୌଣସି ଲିଡ ପଏଣ୍ଟ ପାଉନାହିଁ ।

author-image
Tapan Swain
Murder

Murder Photograph: (OTV)

କାହିଁକି ବଳି ପଡିଲା ଅଞ୍ଜଳି ?  କିଏ କଲା କିନ୍ନର ଅଞ୍ଜଳି ଓରଫ୍ ସୋନାକୁ ହତ୍ୟା ? ଦୁଇଟି ଦିଗକୁ ନେଇ ପୋଲିସ କରୁଛି ସନ୍ଦେହ ।
କିନ୍ନର ଗୋଷ୍ଠୀ ବିବାଦ ନା ହାଇୱେ ଲୁଟେରାଙ୍କ କାରନାମା । 

Advertisment

କିନ୍ନର ଅଞ୍ଜଳି ମର୍ଡରକୁ ପାଖାପାଖି ଦୁଇଦିନ ହେଲାଣି, ହେଲେ କୂଳ କି କିନାରା ପାଉନି ପୋଲିସ। ନା ହତ୍ୟାକାରୀକୁ ଧରି ପାରୁଛି ନା ହତ୍ୟାର କାରଣ ଖୋଜି ପାଉଛି । ଅଞ୍ଜଳିକୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ପାରିପାର୍ଶ୍ବିକ ସ୍ଥିତି କହୁଛି, ଯୋଜନା କରି ରକ୍ତର ହୋଲି ଖେଳିଛି ହତ୍ୟାକାରୀ । ବାଲି ଗଦାର ଆଢୁଆଳ ସହ ଅନ୍ଧାର ରାତିର ଘନ ଅନ୍ଧକାର ବି ତାକୁ ବେଶ ସୁହାଇଛି ।

ଏପରିକି ଆଖପାଖରେ ସିସିଟିଭି ନଥିବା ହତ୍ୟାକାରୀ ପୂର୍ବରୁ ଜାଣିସାରିଛି । ତେବେ କିଏ ସେ ସାତିର ହତ୍ୟାକାରୀ ଯିଏ ଜନଗହଳିପୂର୍ଣ୍ଣ ଜାତୀୟ ରାଜପଥର ଏହି ସ୍ଥାନକୁ ମର୍ଡର ସ୍ପଟ ଭାବେ ବାଛିଛି । ପୋଲିସର ପ୍ରାଥମିକ ତଦନ୍ତ କହୁଛି ହତ୍ୟାକାଣ୍ଡରେ ଦୁଇରୁ ଅଧିକ ବ୍ୟକ୍ତି ସଂପୃକ୍ତ ରହିଛନ୍ତି। ଅଞ୍ଜଳିକୁ ହତ୍ୟା କରିବା ପୂର୍ବରୁ ବେଶ କିଛି ସମୟ ଉଭୟ ପକ୍ଷ ମଧ୍ୟରେ ହୋଇଛି ସଂଘର୍ଷ । କାହିଁକି ନା ମର୍ଡର ସ୍ପଟରୁ ପୋଲିସ ଅଞ୍ଜଳିର ନକଲି କେଶ, ଅନ୍ତଃବସ୍ତ୍ର, ପିନ୍ଧା ଡ୍ରେସର ଟୁକୁଡା ଅଂଶକୁ ସଂଗ୍ରହ କରିଛି ।

Advertisment

୧୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଜେରା

ଦୁଇଟି ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ସନ୍ଦେହରେ ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଜେରା କରିଛି । ଏପରିକି ହତ୍ୟାକାରୀକୁ ଧରିବା ପାଇଁ ଭୁବନେଶ୍ବରଠାରୁ ପୁରୀ ପର୍ଯ୍ୟନ୍ତ ରାସ୍ତାରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ ।

ଏଣେ ବର୍ଷେ ପୂର୍ବରୁ ବିନେଶ ରାଉତ ନାଁରେ ପରିଚିତ ଯୁବକ ହଠାତ ଅଞ୍ଜଳି ଓରଫ ସୋନା କିନ୍ନର ପାଲଟିଯିବାକୁ ଘର ଲୋକ ଗ୍ରହଣ କରି ପାରୁନାହାନ୍ତି । ଏମିତିକି ବିନେଶ କେତେଦିନ ଧରି କିନ୍ନର ସମାଜ ସହ ଯୋଡି ହୋଇଛି ଆଉ କେବେ ଭୁବନେଶ୍ବର ଆସି ଏଠି ରାସ୍ତା କଡରେ ଛିଡା ହେଉଥିଲା ତାହା କାହାକୁ ଜଣା ନାହିଁ । ଯୋଗ ଗୁରୁ ଭାବେ ଜଣାଶୁଣା ବିନେଶ କାହାର ଶିଷତ୍ବ ଗ୍ରହଣ କରିଛି କି ନାହିଁ ତାକୁ ନେଇ ଏବେ କିନ୍ନର ସମାଜ ଭିତରେ ଚର୍ଚ୍ଚା ।

ସେପଟେ ଅଞ୍ଜଳି ଛିଡା ହେଉଥିବା ସ୍ଥାନକୁ ନେଇ ବିବାଦ ରହିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଅଞ୍ଜଳି ହତ୍ୟାକାଣ୍ଡ ପରେ କିନ୍ନରଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । ରାତିରେ ରାସ୍ତା କଡରେ ଛିଡା ହେବାକୁ ଡରିଲେଣି କିନ୍ନର ।...

Transgender Murder
Advertisment
Related Articles
Advertisment