Indian Origin Shot Dead Photograph: (OTV)
ଶନିବାର ଟରଣ୍ଟୋର ଏକ ବ୍ୟସ୍ତବହୁଳ ସପିଂ ମଲର ପାର୍କି ସ୍ଥାନରେ କର୍ଣ୍ଣାଟକର ଜଣେ ୩୭ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଟେକ୍ ପ୍ରଫେସନାଲଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ତାଙ୍କ ଏସ୍ୟୁଭି ଭିତରେ ବସିଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଉଛନ୍ତି ଚନ୍ଦନ। ଏହି ଘଟଣା ପରେ କାନାଡାରେ ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
ଟରଣ୍ଟୋ ପୋଲିସର ଏକ ବିଜ୍ଞପ୍ତି ଅନୁଯାୟୀ, ଗୁଳିକାଣ୍ଡର ଖବର ପାଇବା ପରେ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ମିଳିଥିବା ସିସିଟିଭି ଫୁଟେଜ୍ ଅନୁଯାୟୀ, ତାଙ୍କୁ ଲକ୍ଷ୍ୟ କରି ଗୁଳି କରାଯାଇଥିବା ଜଣାପଡିଛି। ଗୁଳିଚାଳନା କରି ସାରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।
ଚନ୍ଦନ ଗ୍ରେଟର ଟରଣ୍ଟୋର ବ୍ରାମ୍ପଟନରେ ରହୁଥିଲେ। ତାଙ୍କ ମୂଳ ଘର ଭାରତର କର୍ଣ୍ଣାଟକର ବେଙ୍ଗାଲୁରୁ ଗ୍ରାମୀଣ ଜିଲ୍ଲାର ନେଲାମଙ୍ଗଳା ନିକଟସ୍ଥ ଥୟାମାଗୋଣ୍ଡଲୁରେ। ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ ୩ଟା ୩୦ରେ ରେକ୍ସଡ଼େଲ୍ ବୁଚଲେଭାର୍ଡ ନିକଟରେ ଥିବା ଉଡ୍ୱାଇନ୍ ସପିଂ ସେଣ୍ଟର ସାମନାରେ ସେ ତାଙ୍କ କାର୍ରେ ବସିଥିବା ବେଳେ ତାଙ୍କୁ ଗୁଳି କରାଯାଥିଲା।
ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ। ଟରଣ୍ଟୋ ପୋଲିସ୍ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଟିପିଏସ୍ ଇନ୍ସପେକ୍ଟର ଏରୋଲ୍ ୱାଟସନ୍ କହିଛନ୍ତି ଯେ, ଏହି ଘଟଣା ଜନସାଧାରଣଙ୍କ ସୁରକ୍ଷା ପ୍ରତି ଚିନ୍ତା ସୃଷ୍ଟି କରୁଛି। ସେପଟେ ମୃତ ଚନ୍ଦନଙ୍କ ବାପା କହିଛନ୍ତି, ଏହି ବର୍ଷ ଚନ୍ଦନଙ୍କ ଫେରିବା ଓ ବିବାହ ପାଇଁ ଯୋଜନା କରୁଥିଲେ।
ସୂଚନାଯୋଗ୍ୟ, ଚନ୍ଦନ ବେଙ୍ଗାଲୁରୁର ସପ୍ତଗିରି କଲେଜରୁ କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକ କରିଥିଲେ। ଗତ ୬ ବର୍ଷ ପୂର୍ବରୁ ସେ କାନାଡା ଚାଲି ଯାଇଥିଲେ। ସେ L&T ର ଏକ ସହାୟକ କମ୍ପାନୀ LTI Mindtree ରେ କାମ କରୁଥିଲେ। ଏହା ପୂର୍ବରୁ ସେ ବେଙ୍ଗାଲୁରୁରେ କଗ୍ନିଜାଣ୍ଟରେ ନିଯୁକ୍ତ ପାଇଥିଲେ।
ଏହି ଘଟଣା ପରେ କର୍ଣ୍ଣାଟକର ଗୃହମନ୍ତ୍ରୀ ଜି ପରମେଶ୍ବର କହିଛନ୍ତି, ଏହି ଘଟଣା ଆମକୁ ବିଚଳିତ କରିଛି। ଆମର ପୋଲିସ୍ ବିଭାଗ ମୃତଦେହ ଫେରାଇ ଆଣିବା ପାଇଁ ବୈଦେଶିକ ମନ୍ତ୍ରଣାଳୟର ସାହାଯ୍ୟ ଲୋଡି ସାରିଛୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/10/indian-origin-shot-dead-2026-02-10-13-16-11.jpg)