Advertisment

Firing: ମିଳିଲାନି ପ୍ରେମିକା, ଫୁଟାଇଲେ ଗୁଳି

ଯାହାକୁ ମନ ଦେଇ ଭଲ ପାଉଥିଲା, ଯାହା ସହ ଜୀବନ ବଞ୍ଚିବାକୁ ସପନ ଦେଖିଥିଲା, ତାକୁ ନିଜର କରିବାକୁ ପଣ ବି କରିଥିଲା। ନିନ୍ଦା ଅପବାଦ ସହିବାକୁ ପଡ଼ିଲେ ବି ପ୍ରେମିକାକୁ ଘରଣୀ କରିବାକୁ ନେଇଥିଲା ନିଷ୍ପତ୍ତି।

Firing

Firing Photograph: (OTV)

Advertisment

ଯାହାକୁ ମନ ଦେଇ ଭଲ ପାଉଥିଲା, ଯାହା ସହ ଜୀବନ ବଞ୍ଚିବାକୁ ସପନ ଦେଖିଥିଲା, ତାକୁ ନିଜର କରିବାକୁ ପଣ ବି କରିଥିଲା। ନିନ୍ଦା ଅପବାଦ ସହିବାକୁ ପଡ଼ିଲେ ବି ପ୍ରେମିକାକୁ ଘରଣୀ କରିବାକୁ ନେଇଥିଲା ନିଷ୍ପତ୍ତି। ଏଥିପାଇଁ ଜୋରଜଦରଦସ୍ତି ଉଠାଇ ବି ନେଇଥିଲା। ହେଲେ ଝିଅ ପରିବାର ଲୋକେ ଖୋଜିଖୋଜି ଝିଅକୁ ପାଇ ଅନ୍ୟତ୍ର ବିବାହ କରାଇଥିଲେ। ମାତ୍ର ଝିଅ ବାପଘରକୁ ଆସିଥିବା ବେଳେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିବା ପ୍ରେମିକ ନିଜ ଭାଇ ସହ ମିଶି ଗୁଳିମାଡ଼ କରିଥିଲେ।  ଏହି ଘଟଣାର ୩ ଦିନ ପରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଥିବା ବେଳେ ତା’ ଭାଇ ଫେରାର ଅଛନ୍ତି।

Advertisment

ଏପରି ଘଟଣା ୩ ଦିନ ପୂର୍ବେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଢେପାସାହିରେ ଘଟିଥିଲା। ଏହି ଘଟଣାରେ ଯୁବତୀଙ୍କ ସମ୍ପର୍କୀୟ ଭାଇ ଭାଇ ଅନିଲ କରାଡ ଗୁରୁତର ହୋଇଥିବା ବେଳେ ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ପ୍ରେମିକ ଲାଜାର୍ ପ୍ରଧାନଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଭାଇ ସନ୍ତୋଷ ପ୍ରଧାନ ଫେରାର ଅଛନ୍ତି।

ଚନ୍ଦ୍ରଗିରି ଗାଁର ଲାଜର ପ୍ରଧାନ ନାମକ ଯୁବକ ଜଣେ ଯୁବତୀଙ୍କୁ  ଏକ ତରଫା ପ୍ରେମ କରୁଥିଲେ। କିଛି ଦିନ ତଳେ ସେ ତାଙ୍କୁ ଜୋର୍ ଜବରଦସ୍ତି   ଉଠାଇ ନେଇଥିଲେ। ପରିବାର ଲୋକେ ଖୋଜା ଖୋଜି କରି ଝିଅକୁ ପାଇବା ପରେ ଅନ୍ୟତ୍ର ବିବାହ କରାଇଥିଲେ ।

Advertisment

କିଛି ଦିନ ପରେ ଯେତେବେଳେ ଝିଅ ନିଜ ଗାଁ କୁ ଆସିଥିଲା   ଲାଜର ପୁଣି ଥରେ ଜୋର୍ ଜବରଦସ୍ତି ଝିଅକୁ ଟେକି ନେଇ ଏକ ଘରେ ଲୁଚାଇ ରଖିଥିଲା । ଘଟଣା ଜାଣିବା ପରେ ପରିବାର ଲୋକେ ଝିଅକୁ ଉଦ୍ଧାର କରି ସମାଧାନ ପାଇଁ ଗାଁ ରେ ଏକ ବୈଠକ କରାଯାଇଥିଲା। ହେଲେ ସେହି ସମୟରେ ଲାଜରଙ୍କ ଭାଇ ସନ୍ତୋଷ ପ୍ରଧାନ ନାମକ ଜଣେ ଯୁବକ ଗୁଳି ମାଡ଼ କରିଥିଲା।  ଗୁଳିଟି ଯୁବତୀଙ୍କ  ସମ୍ପର୍କୀୟ ଭାଇ ଅନିଲ କୁମାର କରାଡ ନାମକ ଯୁବକ ଙ୍କ ଡାହାଣ ଗୋଡ଼ ରେ ବାଜିଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାକୁ ତାଙ୍କୁ   ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି।

ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ଅଭିଯୁକ୍ତ ଲଜାରକୁ  ଗିରଫ କରି କୋର୍ଟ ଚାଲାଣ କରିଛି। ମାତ୍ର ତାଙ୍କ ଭାଇ   ସନ୍ତୋଷ ପ୍ରଧାନ ଏବେ ବି ଫେରାର ରହିଛି l ପାରଳାଖେମୁଣ୍ଡି ରୁ  ସାଇଣ୍ଟିଫିକ୍ ଟିମ ର ୩ ଜଣ ଗାଁକୁ ଯାଇ ଘଟଣାର ଅନୁଧ୍ୟାନ କରିବା ସହ ୩ ଗୋଟି ଖୋକା ଜବତ କରିଛନ୍ତି l  ଅଭିଯୁକ୍ତ ଲାଜାର ଜବତ ପିଷ୍ଟଲ୍ କୁ ୧୫ ହଜାର ରେ ବାହ୍ୟ ରାଜ୍ୟରୁ କିଣିଥିବା ପୋଲିସ ଆଗରେ ସ୍ଵୀକାର କରିଛି l ସନ୍ତୋଷ ପ୍ରଧାନ ଗିରଫ ହେବା ପରେ ପୋଲିସକୁ ଅଧିକ ତଥ୍ୟ ମିଳିବ l

Advertisment

Odisha Firing Love Betrayal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ