Advertisment

Punjab Bleeds Again: ରକ୍ତରେ ଭିଜିଲା ପଞ୍ଜାବ, ଖେଳାଳିଙ୍କୁ ଗୁଳି କରି ହତ୍ୟା

ପୋଷ୍ଟ ଭିତରେ ରହିଥିଲା ଧମକ ଆଉ ଲେଖା ଥିଲା Don’t mess with Bishnoi crew. ପୋଲିସ ତଦନ୍ତ ଆରମ୍ଭ କରିଛି, CCTV ଫୁଟେଜ ଖୋଜା ଚାଲିଛି । ବିଷ୍ଣୋଇ ଗ୍ୟାଙ୍ଗ ଓ କବାଡି ଖେଳାଳିଙ୍କ ସହ ପାଟିତୁଣ୍ଡ ହୋଇଥିଲା ଯାହା ଫଳରେ ଏହି ଗ୍ୟାଙ୍ଗ  ହତ୍ୟା କରିଛି।

author-image
Manas Ranjan Mohanty
Kabaddi-Player-Shot-Dead-in-Punjab

Kabaddi-Player-Shot-Dead-in-Punjab Photograph: (OTV)

ପୁଣି ଥରେ ରକ୍ତରେ ଭିଜିଲା ପଞ୍ଜାବ । କବାଡି ଖେଳାଳୀଙ୍କୁ ଗୁଳି କରି ହତ୍ୟା  । ଏହି ହତ୍ୟା କରିଛି ବିଷ୍ଣୋଇ ଗ୍ୟାଙ୍ଗ  । ସମୟ ସନ୍ଧ୍ୟା ୮ଟା ।  ସମରାଲା ଲୁଧିଆନାର୨୮ ବର୍ଷୀୟ କବାଡି ଖେଳାଳୀ ଗୁରବିନ୍ଦର ସିଂ, ସାଧାରଣ ପ୍ରାକ୍ଟିସ  ସାରି ଘରକୁ ଫେରିବା ବାଟରେ ଅଚାନକ ମୋଟର ସାଇକେଲରେ ଆସି ଗୁଣ୍ଡାମାନେ ତାଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଲେ ।ଗୁଳିରେ ସେଇଠି ଟଳି ପଡିଲେ ଖେଳାଳି ଜଣଙ୍କ । ଏହି ହତ୍ୟାର ମାତ୍ର କିଛି ଘଣ୍ଟା ମଧ୍ୟରେ,ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଲା We did it. Next will be bigger. 

Advertisment

ପୋଷ୍ଟ ଭିତରେ ରହିଥିଲା ଧମକ ଆଉ ଲେଖା ଥିଲା Don’t mess with Bishnoi crew. ପୋଲିସ ତଦନ୍ତ ଆରମ୍ଭ କରିଛି, CCTV ଫୁଟେଜ ଖୋଜା ଚାଲିଛି । ବିଷ୍ଣୋଇ ଗ୍ୟାଙ୍ଗ ଓ କବାଡି ଖେଳାଳିଙ୍କ ସହ ପାଟିତୁଣ୍ଡ ହୋଇଥିଲା ଯାହା ଫଳରେ ଏହି ଗ୍ୟାଙ୍ଗ  ହତ୍ୟା କରିଛି।

ପୁର୍ବ ସପ୍ତାହରେ ମଧ୍ୟ ଆଉ ଜଣେ ଖେଳାଳୀଙ୍କୁ ବି ହତ୍ୟା କରାଯାଇଛି । ଏହି ଦୁଃଖଦ ଘଟଣାର ମାତ୍ର କିଛି ଦିନ ପୂର୍ବରୁ ସମାନ ହତ୍ୟା ଘଟଣା ଘଟିଥିଲା ଯାହା ରାଜ୍ୟରେ ଆଇନ ଓ ଶୃଙ୍ଖଳା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହି ହତ୍ୟା ଲୁଧିଆନା ଜିଲ୍ଲାରେ ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଘଟଣା।

Advertisment

୩୧ ଅକ୍ଟୋବରରେ, ୨୫ ବର୍ଷୀୟ କବାଡି ଖେଳାଳୀ ତେଜପାଲ ସିଂଙ୍କୁ ଜାଗ୍ରାଓଁରେ ଦିବାଲୋକରେ  ଗୁଳି କରି ହତ୍ୟା କରାଯାଇଥିଲା । ଏହାପରେ  ଗୁରବିନ୍ଦର ସିଂଙ୍କୁ ଠିକ ସେହିଭଳି ଉପାୟରେ ହତ୍ୟା କରାଯାଇଛି । ସପ୍ତାହ ମଧ୍ୟରେ ଦୁଇ ଜଣ କବାଡି ଖେଳାଳୀଙ୍କୁ ଏହି ଭଳି ହତ୍ୟା  କ୍ରୀଡା ଜଗତରେ ଭୟର ବାତାବରଣ ସୃଷ୍ଟି କରିଛି। ପୋଲିସ ବର୍ତ୍ତମାନ ଗୁରବିନ୍ଦର ସିଂଙ୍କ ହତ୍ୟା ମାମଲାରେ ତଦନ୍ତ ଆରମ୍ଭ କରିଛି ଏବଂ ଗ୍ୟାଙ୍ଗର ସୋସିଆଲ ମିଡିଆ ଦାବିର ସତ୍ୟତା ଯାଞ୍ଚ କରୁଛି। 

Advertisment
Related Articles
Advertisment