Rape And Murder Photograph: (OTV)
ପାରାଦୀପରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁରେ ଫିଟୁଛି ଗୁମର। ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଜାଣିବାକୁ ପାଇଛି ପୋଲିସ୍। ଗତ ଦୁଇ ଦିନ ତଳେ ତାରିଣୀଗଡ଼ାର ଏକ ଚାରି ମହଲା କୋଠା ତଳୁ ଯୁବତୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଥିଲା। ଏଇ ମାମଲାରେ ପୋଲିସ୍ ହାତରେ ଲାଗିଛି ଅଭିଯୁକ୍ତ। ସିସିଟିଭି ଫୁଟେଜରୁ ମିଳିଛି ବଡ଼ ତଥ୍ୟ।
ଯେଉଁଥିରେ ପୁରା ଘଟଣା ଉପରୁ ପରଦା ହଟିଛି। ସେ ଦିନ ସଂଧ୍ୟାରେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ଶାରଳା ମନ୍ଦିରକୁ ଯାଇଥିଲେ। ସେଠି ମନାନ୍ତର ହେବା ପରେ ପୁରୁଷ ବନ୍ଧୁଙ୍କ ସହ ନଯାଇ କଟକ-ପାରାଦୀପ ରାସ୍ତାରେ ଛିଡ଼ା ହୋଇଥିଲେ। ହେଲେ ଏହି ସମୟରେ ଜଣେ ଅଣ ଓଡ଼ିଆ ଯୁବକ, ତାଙ୍କୁ ଲିଫ୍ଟ ଦେବାକୁ କହି ସେଇ ଘରକୁ ନେଇ ଯାଇଥିଲା।
ସଂପୃକ୍ତ ଯୁବକ ସେଇ କୋଠାରେ ଭଡ଼ାରେ ରହୁଥିଲା। ସେଠି ଯୁବତୀଙ୍କ ସହ ଜଘନ୍ୟକାଣ୍ଡ ଭିଆଇବା ପରେ ଛାତ ଉପରୁ ଠେଲି ଦେଇଥିବା ପୋଲିସ୍ ଜାଣିବାକୁ ପାଇଛି। ଏନେଇ ବିଧିବଦ୍ଧ ଘୋଷଣା ହୋଇନଥିଲେ ବି ବିଶ୍ବସ୍ତ ସୁତ୍ରରୁ ଏଇ ଖବର ମିଳିଛି। ପୋଲିସ୍ ମାମଲାର ଖୁବ୍ ଶୀଘ୍ର କରିବ ଖୁଲାସା କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/25/rape-and-murder-2026-02-25-08-35-14.jpg)