/odishatv-khabar/media/media_files/2026/01/21/ganja-cultivation-2026-01-21-13-20-46.jpg)
Ganja Cultivation Photograph: (OTV)
୪୫ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ। କନ୍ଧମାଳ ଜିଲ୍ଲା ପୋଲିସ, ଅବକାରୀ, ଜଙ୍ଗଲ ଏବଂ ରାଜସ୍ବ ବିଭାଗ ମିଳିତ ଭାବେ ଜିଲ୍ଲାରେ ଅପେରସନ "ନୀଳ ଜହର" ଜାରି ରଖିଛନ୍ତି।
ମିଳିତ ଟିମ ଗତକାଲି ଟିକାବାଲି ଥାନା ଅଞ୍ଚଳର ବିଭିନ୍ନ ଗାଁ ନିକଟବର୍ତ୍ତୀ ଜଙ୍ଗଲରେ ଚଢ଼ାଉ କରି ପ୍ରାୟ ୪୬ ଏକର ଜାଗାରୁ ବେଆଇନ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କନ୍ଧମାଳ ଜିଲ୍ଲା ପୋଲିସଠାରୁ ସୂଚନା ମିଳିଛି। ଟିକାବାଲି ଥାନା ବେହେରାଗାଁ ପଞ୍ଚାୟତର ପଦ୍ମା, ଲଣ୍ଡାପାଜୁଏବଂ ସୂନାପାଙ୍ଗା ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରୁ ଗଞ୍ଜେଇ ଗଛ କାଟି ନଷ୍ଟ କରିଛନ୍ତି।
ସେହିପରି ଗଞ୍ଜାମ ସାନଖେମୁଣ୍ଡିରେ ପାଟପୁର ପୋଲିସର ଅପରେସନ ଗ୍ରୀନ କ୍ଲିନ୍। କୋଟିଏ ଟଙ୍କାରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ପାଟପୁର ଥାନା ଏସ.ଗୋପାଳପୁର ପଞ୍ଚାୟତର ଗୋଠବଣିଆ ଚଢେଇବସା କମଳାଖାଲ ଗାଁ ନିକଟ ଜଙ୍ଗଲରୁ ପ୍ରାୟ ୮ ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି।
ସାନଖେମୁଣ୍ଡି ଅତିରିକ୍ତ ତହସିଲଦାରଙ୍କ ସହ ଆସିକା ଏସଡ଼ିପିଓ, ପାଟପୁର ଏବଂ ଆସିକା ଥାନା ଅଧିକାରୀ ପ୍ରମୁଖ ଚଢାଉରେ ସାମିଲ ଥିଲେ l ଘଞ୍ଚ ଜଙ୍ଗଲରୁ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ପ୍ରାୟ ୮ଏକରରୁ ଉର୍ଦ୍ଧ ଚାଷ ଜମିରୁ ୮ ହଜାର ଗଞ୍ଜେଇ ଗଛ କଟାଯାଇଛି । ପରେ ନିଆଁ ଲଗାଇ ସମସ୍ତ ଗଛକୁ ପୋଡି ଦିଆଯାଇଥିଲାl
Municipal Elections: ଆସନ୍ତା ଜୁନ୍ ଶେଷ ସୁଦ୍ଧା ରାଜ୍ୟରେ NAC ଓ ପୌର ନିର୍ବାଚନ

Gold And Silver Rate Update: ସୁନା ଦେଢ ଲକ୍ଷ ଟପିଲା... ୪ ଲକ୍ଷ ହେବ ରୁପା!

Car Hits Auto, Crashes into House: ଅଟୋକୁ ଧକ୍କା ଦେଇ ଘରକୁ ପଶିଗଲା କାର୍, ୪ ଗୁରୁତର

Trailer Falls from Sunki Ghat: ଘାଟିରୁ ଖସି ଜଳିଗଲା ଟ୍ରଲର୍, ବର୍ତ୍ତିଗଲେ ଡ୍ରାଇଭର-ହେଲପର୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)