Advertisment

Murder Case: ବଡ଼ମାଆର ବେକ କାଟି ହତ୍ୟାକଲା ପୁତୁରା, ୪୮ ଘଣ୍ଟାରେ ଅଭିଯୁକ୍ତକୁ ଗିରଫ

ଗୁଣି ଗାରେଡି ସନ୍ଦେହରେ ବଡ଼ମାଆର ବେକ କାଟି ହତ୍ୟା କଲା ପୁତୁରା। ହତ୍ୟାକାରୀ ପୁତୁରାକୁ ଗିରଫ କଲା ପୋଲିସ୍। ହତ୍ୟାକାଣ୍ଡର ୪୮ ଘଣ୍ଟା ମଧ୍ୟ ଅଭିଯୁକ୍ତକୁ ଗିରଫ କରାଗଲା।

Murder Case

Murder Case Photograph: (OTV)

Advertisment

ହତ୍ୟାକାରୀ ପୁତୁରାକୁ ଗିରଫ କଲା ପୋଲିସ୍। ଗୁଣି ଗାରେଡି ସନ୍ଦେହରେ ବଡ଼ମାଆର ବେକ କାଟି ହତ୍ୟା କରିଥିଲା ପୁତୁରା। ସୁନ୍ଦରଗଡ ଜିଲ୍ଲା କୁତ୍ରା ଥାନା ଝିରିପାଣି ଗାଁରେ ୨୭ ତରିଖରେ ହୋଇଥିଲା ହତ୍ୟାକାଣ୍ଡ। ମୃତକ ହେଲେ ସରୋଜିନୀ। ସେ ତାଙ୍କ ପୁଅ ସହ ଏକା ରହୁଥିଲେ। 

Advertisment

ପୁଅ ସ୍କୁଲ ଯାଇଥିବା ବେଳେ ସରୋଜିନୀଙ୍କୁ ହତ୍ୟା କରିଥିଲେ ତାଙ୍କ ପୁତୁରା। ପୁଅ ସ୍କୁଲରୁ ଫେରି ମାଆଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକେ କୁତ୍ରା ପୋଲିସକୁ ଜଣାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲ। 

ହତ୍ୟାକାଣ୍ଡର ୪୮ ଘଣ୍ଟା ମଧ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀକୁ ମଧ୍ୟ ଜବତ କରିଛି ପୋଲିସ।  ଏନେଇ ସୂଚନା ଦେଇଛନ୍ତି SDPO ବିଭୁତି ଭୂଷଣ ଭୋଇ।

Advertisment

Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ