Missing Student Found Dead Photograph: (OTV)
ନିଖୋଜ ଛାତ୍ରଙ୍କ କ୍ଷତାକ୍ତ ମୃତ ଦେହ ପରିତ୍ୟକ୍ତ କୂଅ ଭିତରୁ ଉଦ୍ଧାର।। ନୟାଗଡ ଜିଲ୍ଲା ଗଣିଆ ଥାନା ବେଲପଡା ଗାଁରେ ଘଟିଛି ଏହି ଅଘଟଣ। ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ବିଜୟ ମଲ୍ଲିକଙ୍କ ୧୦ବର୍ଷୀୟ ନାବାଳକ ପୁଅ ଗତକାଲିଠାରୁ ନିଖୋଜ ଥିଲେ। ମଧ୍ୟାହ୍ନ ଭୋଜନ ପରେ ଶୌଚ ହେବାକୁ ଯାଇ ଆଉ ଫେରନଥିଲେ।
ପରେ ଘର ଲୋକେ ସବୁ ଆଡ଼େ ଖୋଜା ଖୋଜି କରିଥିଲେ ହେଲେ ପାଇ ନଥିଲେ। ଆଜି ସକାଳୁ ଗାଁ ଠାର ଅଳ୍ପ ଦୂରରେ ଥିବା ଏକ ପରିତ୍ୟକ୍ତ କୂଅ ରୁ ନିଖୋଜ ଛାତ୍ରଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର ହୋଇଛି। କେହି ଜଣେ ମାରି କୂଅ ଭିତରକୁ ଫିଙ୍ଗି ଦେଇଥିବା ଘରଲୋକେ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/04/missing-student-found-dead-2026-02-04-11-05-35.jpg)