/odishatv-khabar/media/media_files/2025/10/16/si-job-scam-2025-10-16-20-38-04.jpg)
SI JOB SCAM Photograph: (OTV)
ଶଙ୍କର ପରେ ମୁନା ମହାନ୍ତିର କଳା ସାମ୍ରାଜ୍ୟର କାହାଣୀ ନୟାଗଡ଼ ଯାଏଁ ଲମ୍ବିଛି। ସ୍କାମ ଟଙ୍କାରେ କିଣା ହେଇଥିବା ଚୋରା ବାଲି ଚାଲାଣ ଟିପର୍ ଏବେ ଅନେକ ତଥ୍ୟ ଦେଇଛି। ଏସବୁ ଭିତରେ ପୋଲିସ୍ ଡିଜି କହିଛନ୍ତି, ଘଟଣାରେ ଯିଏ ବି ସଂପୃକ୍ତ ସମସ୍ତଙ୍କୁ ବନ୍ଧା ଯିବ।...
ରାଜ୍ୟର ସବୁଠୁ ବଡ଼ ସ୍କାମ...ଖାକି ବର୍ଦ୍ଦିକୁ ବଦନାମ୍...ପୋଲିସ୍ SI ପରୀକ୍ଷାରେ ମହାଘୋଟଲାରେ ମହା ଘଣ୍ଟାଚକଟା। ଦିନକୁ ଦିନ ବୁଢ଼ିଆଣି ଜାଲ ଭିତରେ ଛନ୍ଦି ହେଉଛି ପୁରା ଘଟଣା। ଆଉ ଏଥିରେ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଏବେ ମିଳିବନି ଜାମିନ, ଏତେ ଶୀଘ୍ର ମିଳିବନି ତ୍ରାହି।
ବ୍ରହ୍ମପୁର କୋର୍ଟରେ ଥିବା ମାମଲା ଏବେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଯାଇଛି। ଗିରଫ ୧୧୯ ଜଣଙ୍କ ମଧ୍ୟରୁ ୧୧୩ ଜଣ ଜାମିନ୍ ଆବେଦନ କରିଛନ୍ତି। ଆଜି ଶୁଣାଣୀରେ ମାମଲାର କେସଡାଏରୀ ଓ ସମସ୍ତ ଦସ୍ତାବିଜ ଦାଖଲ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ହେଲେ ଠକେଇ ଶିକାର କିମ୍ବା ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କ ଅସଲ ସତ ଖୋଲିବ କେମିତି ତାହା ଏବେ ବଡ଼ ପ୍ରଶ୍ନ।
ପୋଲିସ୍ SI ପରୀକ୍ଷାରେ ମହାଜାଲିଆତି ମାମଲାରେ ଯେତେ ଖୋଳିଲେ ସେତେ ବାହାରୁଛି।
ଦଲାଲଙ୍କ କଳା ସାମ୍ରାଜ୍ୟର କଳା କାହାଣୀ ଫିଟିବାରେ ଲାଗିଛି। ସାମ୍ନାକୁ ଆସିଛି ଦଲାଲ ମୁନା ମହାନ୍ତିର ଲକ୍ଷାଧିକ ଟଙ୍କାର ଚୋରା ବାଲି ଚାଲାଣ ସାମ୍ରାଜ୍ୟ। ନୟାଗଡ଼ ଦଶପଲ୍ଲାର ଏକ ପେଟ୍ରୋଲ ପମ୍ପରେ ଛିଡା ହୋଇଥିବା ଦୁଇ ବ୍ରାଣ୍ଡ୍ ନ୍ୟୁ ଟିପର୍ ମୁନାର। ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ସାମ୍ନାକୁ ଆସିବା ଦିନଠାରୁ ଏହି ଗାଡ଼ି ଏମିତି ଥୁଆ ହୋଇଛି।
ଗୋଟିଏ ଗତ ୪ ମାସ ହେବ କିଣା ହୋଇଥିବା ବେଳେ ଆଉ ଗୋଟିଏ ବର୍ଷେ ହେବ କିଣା ହୋଇଛି। ଦୁଇଟି ଯାକ ଟିପର ମୁନା ମହାନ୍ତିର ହୋଇଥିବା ବେଳେ ଏଥିରେ କୁଆଡ଼େ ଚୋରା ବାଲି ଚାଲାଣ କାରବାର କରୁଥିଲେ ମୁନା ମହାନ୍ତିର ବେଶ୍ ନିକଟତର ସୁକାନ୍ତ ମହାରଣା ଓରଫ ରିଙ୍କୁ । ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀରେ ମିଳିଥିବା ଟଙ୍କାରେ ଏହି ଟିପର କିଣା ହୋଇଥିବା ଚର୍ଚ୍ଚା ହେଉଛି। ଘଟଣା ପରଠୁ ମୁନା ମହାନ୍ତିଙ୍କ ସମେତ ସୁକାନ୍ତ ଓ ତାଙ୍କ ସହଯୋଗୀ ବି ଫେରାର୍।
ଏସବୁ ଭିତରେ ତଦନ୍ତରେ ବିଳମ୍ବତାକୁ ନେଇ ପ୍ରଶ୍ନ ଉଠାଇଛି ଷ୍ଟୁଡେଣ୍ଟ୍ ଏଗନେଷ୍ଟ କରପସନ୍। ବଡ଼ ଅଧିକାରୀଙ୍କୁ ଖସାଇବା ପାଇଁ ଜାଣିଶୁଣି ଶଙ୍କର ପୃଷ୍ଟି, ମୁନା ମହାନ୍ତିଙ୍କୁ ଧରାଯାଉନଥିବା ଅଭିଯୋଗ କରିଛନ୍ତି ସଂଗଠନର ଆବାହକ ବିଭୂତି ଭୂଷଣ ମହାପାତ୍ର। ଅପରପକ୍ଷେ, ପୁରା ମାମଲାରେ ଯେଉଁମାନେ ଜଡ଼ିତ ସମସ୍ତଙ୍କୁ ଗିରଫ କରାଯିବ, ପୂର୍ବରୁ ସୂଚନା ଥିଲା ବୋଲି ଏତେ ବଡ଼ କେଳେଙ୍କାରୀର ପର୍ଦ୍ଦାଫାସ ହୋଇପାରିଲା। ଆଗକୁ ପୁରା ସ୍ବଚ୍ଛ ଭାବେ ପରୀକ୍ଷା ହେବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ପୋଲିସ୍ ଡିଜି।
ପୋଲିସ SI ପରୀକ୍ଷା କେଳେଙ୍କାରୀରେ ଏଯାଏଁ ୫ ଜଣ ଦଲାଲଙ୍କୁ ଗିରଫ ହୋଇଥିବା ବେଳେ ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ଏବେ ବି ଫେରାର।...
Crackdown on Fake ORS: ନକଲି ORS ଉପରେ ରୋକ୍ ଲଗାଇବାକୁ କେନ୍ଦ୍ରର ବଡ଼ ପଦକ୍ଷେପ, ନୂଆ ନିୟମାବଳୀ ପାଳନ ପାଇଁ ସବୁ ରାଜ୍ୟକୁ FSSAIର ନିର୍ଦ୍ଦେଶ

Lawyer Pitabas Murder Case Takes Bihar Turn: ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ବିହାର ଲିଙ୍କ୍, ଜଣେ ସାର୍ପସୁଟର୍ ସହ ୨ଜଣଙ୍କୁ ବିହାରରୁ ଉଠାଇଲା ପୋଲିସ

BJP Strengthens Base in Nuapada: ନୂଆପଡାରେ ବିଜେପିର ‘ଶଙ୍ଖଶୂନ୍ୟ ଅଭିଯାନ’, ଲମ୍ବୋଦରଙ୍କ ସହ ୫୫ ସମିତି ସଭ୍ୟକୁ ପଦ୍ମ ଧରାଇଲା ବିଜେପି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)