Advertisment

Murder: ଘରୁ ବାହାରି ପାଲଟିଗଲେ ଡେଡବଡ଼ି

କାମ କରିବାକୁ ଘରୁ ବାହାରିଥିଲେ। ହେଲେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରି ତାଙ୍କ କ୍ଷତବିକ୍ଷତ ମୃତଦେହ ପାଇଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ଅନୁଗୁଳ ଜିଲ୍ଲାରେ ଘଟିଛି।

Deadbody

Deadbody Photograph: (OTV)

Advertisment

କାମ କରିବାକୁ ଘରୁ ବାହାରିଥିଲେ। ହେଲେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରି ତାଙ୍କ କ୍ଷତବିକ୍ଷତ ମୃତଦେହ ପାଇଛନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଝାରବଡା ପଞ୍ଚାୟତ ର ସୁସବନାଳି ଗ୍ରାମରେ ଘଟିଛି।  ମୃତକ ହେଲେ ସୁସବନାଳି ଗ୍ରାମ ର  ଜନ ମୁଣ୍ଡା  । 

Advertisment

ସବୁଦିନ ପରି   ସୋମବାର ବି କାମ କରିବାକୁ ଘରୁ ବାହାରି ଯାଇଥିଲେ। କିନ୍ତୁ ତାପରେ ଆଉ ସେ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଏକ ପତ୍ରପଡ଼ି ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।  କେହି ଦୁର୍ବୃତ୍ତ  ତାଙ୍କ ବେକରେ କ୍ଷତ ଓ ମୁହଁ ପଥର ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣା ପଡ଼ିଛି। 

ପରିବାର ଲୋକେ ପୋଲିସ କୁ ଖବର ଦେଲା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ୍ କହିଛି। 
ଜନ ମୁଣ୍ଡାଙ୍କ ପରିବାର ଅତି ଗରୀବ ହୋଇଥିବାରୁ ତାଙ୍କୁ ସହାୟତା ଯୋଗାଇଦେବାକୁ ଦାବି ହେଉଛି।  

Advertisment
Murder Odisha otv Deadbody
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ