Advertisment

Indian Woman Murdered in US: ଆମେରିକାରେ ଭାରତୀୟ ଯୁବତୀଙ୍କୁ ହତ୍ୟା; ମାରିଦେଲା ପୂର୍ବତନ ପ୍ରେମିକ...

ଡିସେମ୍ବର ୩୧ ରାତିରେ ବୀଭତ୍ସ ହତ୍ୟା। ୨୦୨୫ର ଶେଷ ଦିନରେ ପୂର୍ବତନ ପ୍ରେମିକାକୁ ଶେଷ କରିଦେଲା ଜହ୍ଲାଦ ପ୍ରେମିକ। ମୃତ ଯୁବତୀ ହେଲେ ୨୭ ବର୍ଷୀୟା ନିକିତା ଗୋଡ଼ିଶାଲା। ହତ୍ୟାର ସ୍ପଷ୍ଟ କାରଣ ଜଣାପଡ଼ିନି...

Indian Woman Murdered in US

Indian Woman Murdered in US Photograph: (OTV)

Advertisment

ଆମେରିକାରେ ଭାରତୀୟ ଯୁବତୀଙ୍କୁ ହତ୍ୟା। ୨୦୨୫ର ଶେଷ ଦିନରେ ପୂର୍ବତନ ପ୍ରେମିକାକୁ ଶେଷ କରିଦେଲା ଜହ୍ଲାଦ ପ୍ରେମିକ। ମୃତ ଯୁବତୀ ହେଲେ ୨୭ ବର୍ଷୀୟା ନିକିତା ଗୋଡ଼ିଶାଲା। ନିକିତାଙ୍କ ପୂର୍ବତନ ପ୍ରେମିକ ଅର୍ଜୁନ ଶର୍ମାଙ୍କ ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଛି ମୃତଦେହ । ଡିସେମ୍ବର ୩୧ ତାରିଖ ସନ୍ଧ୍ୟାରେ ତାଙ୍କୁ ହତ୍ୟା କରାଯାଇଥିଲା । ତାଙ୍କ ଦେହରେ ଗଭୀର କ୍ଷତ ଚିହ୍ନ ରହିଥିବାବେଳେ ଛୁରୀ ଭୁସି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

Advertisment

ତେବେ ବଡ଼କଥା ହେଲା, ନିକିତାଙ୍କୁ ହତ୍ୟା କରିବା ପରେ ଅର୍ଜୁନ ଜାନୁଆରୀ ୨ ତାରିଖରେ ଏକ ନିଖୋଜ ମାମଲା ଦାୟର କରିଥିଲା । ମେରିଲ୍ୟାଣ୍ଡ ସିଟିରେ ସେ ନୂଆବର୍ଷ ପୂର୍ବଦିନ ନିକିତାଙ୍କୁ ଦେଖିଥିବା ଦର୍ଶାଇଥିଲା। ଥାନାରେ ମାମଲା ରୁଜୁ ପରେ ଅର୍ଜୁନ ଫେରାର ହୋଇଯାଇଛି । ସେ ଭାରତ ପଳାଇଆସିଥିବା ସୂଚନା ମିଳିଛି । ପୋଲିସ ଗତ ତିନି ତାରିଖରେ ଅର୍ଜୁନର ଆପାର୍ଟମେଣ୍ଟରୁ ମୃତଦେହ ଉଦ୍ଧାର କରି ଅଭିଯୁକ୍ତ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଛି । ନିକିତାଙ୍କ ପରିବାର ସହିତ ଯୋଗାଯୋଗରେ ରହି ତଦନ୍ତରେ ସବୁ ପ୍ରକାର ସହଯୋଗ ଯୋଗାଇଦେଉଛି ଭାରତୀୟ ଦୂତାବାସ । ନିକିତା ମେରିଲ୍ୟାଣ୍ଡରେ ଜଣେ ଡାଟା ଷ୍ଟ୍ରାଟେଜିଷ୍ଟ ଭାବେ କାମ କରୁଥିଲେ । ଉଲ୍ଲେଖନୀୟ ସଫଳତା ପାଇଁ କିଛିଦିନ ତଳେ ସେ ଇଲ୍ ଇନ୍ ପୁରସ୍କାର ମଧ୍ୟ ପାଇଥିଲେ । ଏନେଇ ସୋସିଆଲ୍ ମିଡିଆରେ ସେ ନିଜେ ସେୟାର୍ କରିଥିଲେ । ତେବେ ଅର୍ଜୁନ୍ କାହିଁକି ନିକିତାଙ୍କୁ ହତ୍ୟା କଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । "

ଆମେରିକାରେ ମାରିଦେଲା ପୂର୍ବତନ ପ୍ରେମିକ

ଆମେରିକାରେ ଭାରତୀୟ ଯୁବତୀଙ୍କୁ ହତ୍ୟା
ଡିସେମ୍ବର ୩୧ ରାତିରେ ବୀଭତ୍ସ ହତ୍ୟା
ଛୁରୀ ଭୁସି ହତ୍ୟା କଲା ପୂର୍ବତନ ପ୍ରେମିକ
ମୃତକ ୨୭ ବର୍ଷୀୟା ନିକିତା ଗୋଡ଼ିଶାଲା
ପୂର୍ବତନ ପ୍ରେମିକ ଅର୍ଜୁନ୍ ଆପାର୍ଟମେଣ୍ଟରୁ ମୃତଦେହ ଉଦ୍ଧାର
ହତ୍ୟା ପରେ ନିଖୋଜ ଅଭିଯୋଗ କରିଥିଲା ଅର୍ଜୁନ୍
ଥାନାରେ ମାମଲାରେ ଅର୍ଜୁନ୍ ଫେରାର
ହତ୍ୟାର ସ୍ପଷ୍ଟ କାରଣ ଜଣାପଡ଼ିନି, ଚାଲିଛି ତଦନ୍ତ
ଅର୍ଜୁନ୍ ବିରୋଧରେ ଆରେଷ୍ଟ ଓ୍ୱାରେଣ୍ଟ

Advertisment
Crime News Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ