Bengaluru Murder Photograph: (OTV)
ପ୍ରଥମେ ଭଲ ପାଇ ବାହାହେଲା, ବାହାଘର ପରେ ଚାକିରି ଛାଡି ସ୍ତ୍ରୀ ଟଙ୍କାରେ ଚଳୁଥିଲା, ଆଉ ଅନୈତିକ ସମ୍ପର୍କ ରଖୁଥିଲା । ସ୍ତ୍ରୀ ଜାଣିବା ପରେ ଛାଡି ଚାଲିଯିବାରୁ ତଣ୍ଟି ଚିପି ମାରିଦେଲା ସ୍ୱାମୀ । ମୃତ ମହିଳାଙ୍କ ନାଁ ଆଶା । ୬ ବର୍ଷ ତଳେ ସେ ବିରୁପାକ୍ଷାକୁ ପ୍ରେମ ବିବାହ କରିଥିଲେ । ଦେଢବର୍ଷ ହେଲା ଦୁହେଁ ବେଙ୍ଗାଲୁରୁର ରାଜରାଜେଶ୍ୱରୀନଗରରେ ଭଡା ଘରେ ରହୁଥିଲେ ।
ସ୍ୱାମୀ ସାଜିଲା ସୈତାନ:
ବାହାଘର ପରଠୁ ଅସଲ ରଙ୍ଗ ଦେଖାଇଥିଲା ବିରୁପାକ୍ଷା । ଆଗଭଳି ଆଶାଙ୍କ ଯତ୍ନ ନେଉନଥିଲା କି ଚାକିରି କରୁନଥିଲା । ସ୍ତ୍ରୀ ରୋଜଗାରରେ ଚଳୁଥିଲା । ଏପରିକି ଅନ୍ୟ ମହିଳାଙ୍କ ସହ ଅବୈଧ ସମ୍ପର୍କ ରଖିଥିଲା । ଏ କଥା ଜଣାପଡିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଦୁହେଁ ଦେଢ ମାସ ହେଲା ଅଲଗା ରହୁଥିଲେ ଏବଂ ଡିଭୋର୍ସ ଫାଇଲ୍ କରିଥିଲେ ।
ହତ୍ୟାକୁ ଆତ୍ମହତ୍ୟାର ରୂପ:
ସ୍ତ୍ରୀଠୁ ପ୍ରତିଶୋଧ ନେବାକୁ ପ୍ଲାନ୍ କରିଥିଲା ଅଭିଯୁକ୍ତ । ଗତ ୧୦ ତାରିଖରେ ଆଶାଙ୍କ ରୁମ୍କୁ ଯାଇ ତଣ୍ଟି ଚିପି ହତ୍ୟା କରିଥିଲା । ମର୍ଡରକୁ ଆତ୍ମହତ୍ୟାର ରୂପ ଦେବାକୁ ନିଜ ସାଙ୍ଗ ସହାୟତାରେ ଆଶାଙ୍କ ମୃତଦେହକୁ ଫ୍ୟାନ୍ରେ ଝୁଲାଇଦେଇ ଚମ୍ପଟ ମାରିଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ ପୋଲିସର ସନ୍ଦେହ ହୋଇଥିଲା । ଏନେଇ ହତ୍ୟାକାରୀ ସ୍ୱାମୀକୁ ପଚରାଉଚରା କରାଯିବା ପରେ ସବୁ ସତ ଓଗାଳିଥିଲା ସେ । କେମିତି ନିଜ ସ୍ତ୍ରୀକୁ ମାରି ଫ୍ୟାନ୍ରେ ଝୁଲାଇଥିଲା, ସବୁ ଟିକନିକ୍ ବଖାଣିଥିଲା ।
ବ୍ୟୁରୋ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/22/bengaluru-man-kills-wife-voshot-2026-01-22-14-07-31.jpg)