open fire at soccer field Photograph: (OTV)
ମେକ୍ସିକୋର ଗୁଆନାଜୁଆଟୋ ରାଜ୍ୟର ସାଲାମାଙ୍କା ସହରରେ ଏକ ଫୁଟବଲ୍ ପଡ଼ିଆରେ ଏକ ଭୟଙ୍କର ଗୁଳିମାଡ ଘଟଣା ସାମନାକୁ ଆସିଛି। ଏହି ଘଟଣାରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏକ ଫୁଟବଲ୍ ମ୍ୟାଚ୍ ଶେଷ ହେବା ପରେ ବନ୍ଧୁକଧାରୀମାନେ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।
ସାଲାମାଙ୍କା ମେୟର ସିଜାର ପ୍ରିଏଟୋ ସୋସିଆଲ ମିଡିଆରେ ଜାରି ଏକ ବିବୃତ୍ତିରେ କହିଛନ୍ତି ଯେ ଆହତଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ନାବାଳକ ଶିଶୁ ଅଛନ୍ତି। ମେୟର ପ୍ରିଏଟୋ ଏହି ଘଟଣାର ତୀବ୍ର ନିନ୍ଦା କରି କରିଛନ୍ତି। ହିଂସା ନିୟନ୍ତ୍ରଣ କରିବା ପାଇଁ ସେ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମଙ୍କୁ ତୁରନ୍ତ ସହାୟତା ପାଇଁ ନିବେଦନ କରିଛନ୍ତି। ପୋଲିସ ଗୁଳିକାଣ୍ଡର ତଦନ୍ତ ଆରମ୍ଭ କରିଛି। ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।
ଉଲ୍ଲେଖନୀୟ ଯେ ଗତ ବର୍ଷ ଗୁଆନାଜୁଆଟୋରେ ମେକ୍ସିକୋରେ ସର୍ବାଧିକ ହତ୍ୟା ଘଟଣା ଘଟିଥିଲା। ସ୍ଥାନୀୟ ଗ୍ୟାଙ୍ଗ ସାଣ୍ଟା ରୋଜା ଡି ଲିମା ଏବଂ ଶକ୍ତିଶାଳୀ ଜାଲିସ୍କୋ ନ୍ୟୁ ଜେନେରେସନ କାର୍ଟେଲ ମଧ୍ୟରେ ଏଠାରେ ହିଂସାତ୍ମକ ସଂଘର୍ଷ ଜାରି ରହିଛି। ତଥାପି, ମେକ୍ସିକୋ ସରକାରଙ୍କ ଅନୁଯାୟୀ, ୨୦୨୫ ମସିହାରେ ଦେଶବ୍ୟାପୀ ହତ୍ୟା ହାର ୨୦୧୬ ପରଠାରୁ ସର୍ବନିମ୍ନ ଥିଲା, ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରେ ୧୭.୫ ହତ୍ୟା ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/26/open-fire-at-soccer-field-2026-01-26-14-21-08.jpg)