Advertisment

Gundaraj on Streets: ରାସ୍ତା ଉପରେ ଆତଙ୍କରାଜ୍, ଗୋଡ଼ାଇଲେ...ହାଣିଲେ...

ବିଚ୍ ରାସ୍ତାରେ ମାତିଛନ୍ତି ଗୁଣ୍ଡା। ଖଣ୍ଡା ଦେଖାଇ ଧମକାଉଛନ୍ତି, ମାରି ଦେବାକୁ ଚେଷ୍ଟା କରୁଛନ୍ତି। ଏଭଳି କିଛି ଘଟଣା ଘଟିଛି ବ୍ରହ୍ମପୁରର ମୁଖ୍ୟ ରାସ୍ତା ସାବାରାଓ ଛକରେ।

Berhampur

Berhampur Photograph: (OTV)

Advertisment

ବିଚ୍ ରାସ୍ତାରେ ମାତିଛନ୍ତି ଗୁଣ୍ଡା। ଖଣ୍ଡା ଦେଖାଇ ଧମକାଉଛନ୍ତି, ମାରି ଦେବାକୁ ଚେଷ୍ଟା କରୁଛନ୍ତି। ଏଭଳି କିଛି ଘଟଣା ଘଟିଛି ବ୍ରହ୍ମପୁରର ମୁଖ୍ୟ ରାସ୍ତା ସାବାରାଓ ଛକରେ। ୩ ଜଣ ଦୁର୍ବୁତ୍ତ ସ୍କୁଟରରେ ଆସି ବାଇକରେ ଥିବା ଅନ୍ୟ ଦୁଇ ଯୁବକଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଛନ୍ତି। 

Advertisment

ପାଖରେ ଯାହା ଅଛି ଦେଇ ଦେବାକୁ କହୁଛନ୍ତି ନ ଦେଲେ ହାଣିବା ପାଇଁ ଧମକ ଦେଉଛନ୍ତି। ଏତିକିରେ ସରିନଥିଲା ଆତଙ୍କରାଜ୍। ଦୁଇ ଜଣଙ୍କୁ ପିଟିଥିଲେ ଏହି ଦୁବୃତ୍ତ। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଗତ ଦୁଇ ଦିନ ତଳେ ଏଇ ଘଟଣା ଏବେ ଭାଇରାଲ୍ ହେବାରେ ଲାଗିଛି। 

ଖାଲି ସେତିକି ନୁହେଁ ଘଟଣାକୁ ଦେଖି ପାଖରେ ଥିବା ଯୁବକ ଅଟକାଇବାକୁ ଆସିଥିଲେ।ହେଲେ ତାଙ୍କୁ ବି ଏହି ଦୁବୃତ୍ତ ମାନେ ଆକ୍ରମଣ କରିଥିଲେ। ଏପରିକି ପାଖରେ ଥିବା ଲୋକଙ୍କ ଘର ଓ କାରକୁ ପଥରମାଡ଼ କରି ଘଟଣା ସ୍ଥଳରୁ ସ୍କୁଟର ଧରି ଚମ୍ପଟ ମାରିଛନ୍ତି ଏମାନେ। ହେଲେ କିଏ ଏଇ ଦୁବୃତ୍ତ ଯିଏ ପୁରା ଅଞ୍ଚଳରେ ଆତଙ୍କ ମଚାଇଛନ୍ତି, ତାକୁ ନେଇ ପ୍ରଶ୍ନ ଉଠୁଛି।

Advertisment
Berhampur Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ