Advertisment

Pitabasa Panda Murder Crime Scene Recreation: ପୀତବାସ ପଣ୍ଡା ହତ୍ୟା: ଉମା, କୁରୁପତିଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ୍

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ କ୍ରାଇମସିନ୍ ରିକ୍ରିଏସନ୍। ବ୍ରହ୍ମପୁର ବୈକୁଣ୍ଠନଗର ଅଞ୍ଚଳର କ୍ରାଇମ ସ୍ପଟରେ ବ୍ରହ୍ମପୁର ପୋଲିସ। କୁରୁପତି ଭୂୟାଁ, ଉମା ବିଷୋୟୀକୁ ଧରି କ୍ରାଇମ ସ୍ପଟରେ ପହଞ୍ଚିଛି ପୋଲିସ ।

crime Scene

kurupati Bhuyan Photograph: (OTV)

Advertisment

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ କ୍ରାଇମସିନ୍ ରିକ୍ରିଏସନ୍। ବ୍ରହ୍ମପୁର ବୈକୁଣ୍ଠନଗର ଅଞ୍ଚଳର କ୍ରାଇମ ସ୍ପଟରେ ବ୍ରହ୍ମପୁର ପୋଲିସ। କୁରୁପତି ଭୂୟାଁ, ଉମା ବିଷୋୟୀକୁ ଧରି କ୍ରାଇମ ସ୍ପଟରେ ପହଞ୍ଚିଛି ପୋଲିସ । ଏହି ଦୁଇ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ରିମାଣ୍ଡରେ ନେଇଛି ବ୍ରହ୍ମପୁର ପୋଲିସ । ଗତ ଅକ୍ଟୋବର ୬ ତାରିଖରେ ପୀତବାସଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମେତ ୧୬ ଜଣ ଗିରଫ ହୋଇଛନ୍ତି । ମାମଲାରେ ବହୁ ବଡ଼ମୁଣ୍ଡଙ୍କ ସଂପୃକ୍ତି ଥିବାରୁ ପୋଲିସ ଘଟଣାରେ ତନ୍ନତନ୍ନ କରି ଯାଂଚ କରି ପ୍ରମାଣ ଯୋଗାଡ଼ କରୁଛି । 

Advertisment

ପୀତବାସ ପଣ୍ଡା ହତ୍ୟା ମାମଲାରେ ସାର୍ପସୁଟର୍ କୁରୁପତି ଭୂୟାଁ ଓ ସୁପାରି ଡିଲର୍ ଉମା ବିଷୋୟୀ ଗିରଫ ହେବା ପରେ କ୍ରାଇମସିନ୍ ରିକ୍ରିଏସନ୍ ହୋଇଛି । ସାର୍ପ ସୁଟର କୁରୁପତିକୁ ଅଜ୍ଞାତ ସ୍ଥାନରେ ମାରାଥନ୍ ଜେରା । ହତ୍ୟା ଘଟଣାର ପୂରା ପ୍ଲାନ୍ ଉମା ବିଷୋୟୀ କରିଥିଲା । ସାର୍ପ ସୁଟରଙ୍କ ସହ ଯୋଗାଯୋଗ କରିଥିଲା ଉମା । ଗତ ମାସ ୬ ତାରିଖରେ ବ୍ରହ୍ମପୁରରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ବୈକୁଣ୍ଠନଗର ନିକଟରେ ଗୁଳି ମାରି ହତ୍ୟା କରାଯାଇଥିଲା। ଏହି ମାମଲାରେ ମାଷ୍ଟରମାଇଣ୍ଡ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବଶଙ୍କର ଦାସ ଗିରଫ ହୋଇ ଜେଲରେ ଅଛନ୍ତି ।

ବ୍ରହ୍ମପୁର ଏସପି କହିଥିଲେ,  ସେଦିନ ଥିଲା ଅକଟୋବର ୬। ସମୟ ରାତି ପ୍ରାୟ ସାଢ଼େ ୯ଟା। ବାଇକ ଚଳାଉଥିଲା ଚିଣ୍ଟୁ ପ୍ରଧାନ। ପଛରେ ବସିଥିଲା କୁରୁପତି ଭୂୟାଁ। ଉଭୟଙ୍କ ପାଖରେ ଥିଲା ଗୋଟିଏ ଲେଖାଏଁ ଦେଶୀ ବନ୍ଧୁକ। ପୂର୍ବରୁ ରେକି କରିସାରିଥିଲେ ଏହି ଜହ୍ଲାଦ ମାନେ। ଆଉ ସେହି ଅନୁଯାୟୀ, ପୀତବାସ ଯେତେବେଳେ SNT ରୋଡ୍ ଛକରେ ଥିବା ନିଜ ଚାମ୍ବରରୁ ବୈକୁଣ୍ଠନଗର ସ୍ଥିତ ଘରକୁ ସ୍କୁଟରରେ ଫେରୁଥିଲେ ଏକୁଟିଆ, ଘରଠୁ ଠିକ୍ ୫୦ ମିଟର୍ ଦୂରରୁ କ୍ଲୋଜରେଞ୍ଜରେ ଗୁଳି କରିଦେଲା କୁରୁପତି।

Advertisment

ଗୁଳି କରିବା ପୂର୍ବରୁ ପ୍ରଥମେ ପୀତବାସଙ୍କୁ ନମସ୍କାର କଲେ। ଆପଣ ପୀତବାସ ପଣ୍ଡା କି ବୋଲି ପଚାରିଲେ। ଆଉ ହଁ କହିବା ପରେ ସିଧା ୨ ରାଉଣ୍ଡ ଗୁଳି କରି ଖସିଗଲେ ଆରାମରେ। 
ପୀତବାସଙ୍କୁ କେମିତି କରାଯିବ ହତ୍ୟା, ୨ ମାସ ଆଗରୁ ତିଆରି ହୋଇଥିଲା ଯୋଜନା। ଯେଉଁ ଯୋଜନାର ଷଡ଼ଯନ୍ତ୍ରକାରୀ ଥିଲେ ବିକ୍ରମ ଓ ପିଣ୍ଟୁ ଦାସ। ଉଭୟଙ୍କ ନିର୍ଦ୍ଦେଶରେ ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ ।
ଏଥିପାଇଁ ଉମା ବିଷୋୟୀ ନାମକ ଜଣେ ଅପରାଧୀ ବିକ୍ରମ ପଣ୍ଡା ଓ ପିଣ୍ଟୁ  ଦାସ ସହ ଡିଲ୍ କରିଥିଲା ୫୦ ଲକ୍ଷ ଟଙ୍କାର। ଏଥିପାଇଁ ଅଗ୍ରୀମ ୧୦ ଲକ୍ଷ ନେବା ସହ ଗୁଳି ମାରିବା ପାଇଁ ୫ ଲକ୍ଷ ଓ ବାଇକ ଚଲାଇବା ପାଇଁ ୩ ଲକ୍ଷ ଟଙ୍କା ଦେଇଥିଲା। ଏହାପରେ ଆରମ୍ଭ ହୋଇଥିଲା ରେକି। ସେପଟେମ୍ବର ୧୪। ପୀତବାସଙ୍କୁ ହତ୍ୟା ପାଇଁ ବିହାରରୁ ଆସିଥିଲା ସାର୍ପସୁଟର୍। କିନ୍ତୁ ସେଦିନ ହିଁ ତା ପତ୍ନୀର ଗର୍ଭପାତ ଯୋଗୁ ତୁରନ୍ତ ସେ ବିହାର ପଳାଇଥିଲା। ଏହାପରେ ମଳୟ ଓ ମଦନ ଉମାକୁ ଧରି ନୂଆ ଲୋକାଲ୍ ଟିମ୍ ଧରି ତିଆରି କଲେ ପ୍ଲାନ୍-ବି। ଉଭୟଙ୍କୁ ହତ୍ୟା ପୂର୍ବଦିନ କିଣାଇ ଦିଆଯାଇଥିଲା ନୂଆ ପ୍ୟାଣ୍ଟସାର୍ଟ ଜୋତା। 

Brahmapur Crime Scene Recreation Pitabas Panda Pitabas Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ