Clash Photograph: (OTV)
ବରଗଡ଼ରେ ଭୁଜାଲି ଆକ୍ରମଣରେ ଜଣେ ଗୁରୁତର, ଦୁଇ ଆହତ। ଆଉ ଏହାକୁ ନେଇ ଉତ୍ତେଜନା। ବରଗଡ ହାଟପଦା ସାଇ ମନ୍ଦିର ପାଖରେ ୨ ଗୋଷ୍ଠୀ ମଧ୍ୟରେ ଉପୁଜିଛି ସଂଘର୍ଷ। କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଭୁଜାଲି ଆକ୍ରମଣରେ ଜଣେ ଗୁରୁତର ହୋଇଥିବାବେଳେ ଦୁଇ ଆହତ ହୋଇଛନ୍ତି।
କଲେଜ ରୋଡ଼ରେ ପ୍ରଦୀପ ଲୁହାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମୁଖ୍ୟ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡ, ବେକ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେବେ ପ୍ରଦୀପଙ୍କ ସହିତ ସାଙ୍ଗ ରୀତିକ ଓ ସୁରଜ ମଧ୍ୟ୍ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/06/clash-2026-02-06-08-34-03.jpg)