Advertisment

Capital Murder Case: ଦୀନେଶ କେଉଁଠି, ଖୋଜୁଛି ପୋଲିସ.... ହତ୍ୟା ପରେ ରିଲ୍ସ କରିଥିଲା ପ୍ରେମିକା

ରାଜଧାନୀରେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା ମାମଲା। ଅଭିଯୁକ୍ତ ପ୍ରେମିକ ଦୀନେଶକୁ ଖୋଜୁଛି ପୋଲିସ। ଦୀନେଶକୁ ଧରିବାକୁ ଚଢାଉ କରୁଛି ୩ଟି ସ୍ପେଶାଲ ଟିମ୍।

Murder Case

Murder Case Photograph: (OTV)

Advertisment

ରାଜଧାନୀରେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରେମିକକୁ ଖୋଜୁଛି ପୋଲିସ। ଅଭିଯୁକ୍ତ ଦିନେଶକୁ ଧରିବାକୁ ୩ଟି ସ୍ପେଶାଲ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଛି କମିଶନରେଟ୍ ପୋଲିସ। ତେବେ ଦିନେଶର ଏ ଯାଏଁ କୌଣସି ପତ୍ତା ମିଳିନି।

Advertisment

ଗତକାଲି ଶିଶୁଭବନ ଛକରେ ଏକ କାର୍ ଆକ୍ସିଡେଣ୍ଟ ପରେ ନିଳାଦ୍ରୀବିହାର ଅଞ୍ଚଳରେ ଏକ ଭୟଙ୍କର ହତ୍ୟାକାଣ୍ଡର ଖୁଲାସା କରିଥିଲା ପୋଲିସ। ତ୍ରିକୋଣୀୟ ପ୍ରେମ କାହାଣୀରୁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି।

ଶିଶୁଭବନ ଛକରୁ ରବି ଟକିଜ୍ ମୁହାଁ ହୋଇ ଦ୍ରୁତଗତିରେ ଯିବାବେଳେ ଖସିପଡ଼ିଥିଲା କାରଟି। ବ୍ରିଜର ବାଡ଼ ଭାଙ୍ଗି ସିଧା ଗଳିପଡ଼ିଥିଲା ବ୍ରିଜ୍ ତଳେ ବସ୍ତି ଉପରେ।
ମିଳିଥିବା ସୂଚନା ଅନୁଯାୟୀ, ସତ୍ୟବ୍ରତ ଏବଂ ଏକ ପାର୍ଲରରେ କାମ କରୁଥିବା ଜଣେ ଯୁବତୀଙ୍କ ମଧ୍ୟରେ ଥିଲା ମିଛି ମିଛିକା ପ୍ରେମ ସଂପର୍କ। ଅସଲ ପ୍ରେମିକ ଥିଲେ ଦିନେଶ ନାମକ ଜଣେ ଯୁବକ। ତେଣୁ ଭାଲେଣ୍ଟାଇନ୍ ସପ୍ତାହରେ ଏହି ମାମଲାର ରଫାଦଫା ପାଇଁ ନିଳାଦ୍ରୀବିହାର ସେକ୍ଟର-୨ରେ ରହୁଥିବା ସଂପୃକ୍ତ ଯୁବତୀଙ୍କ ଭଡ଼ା ଘରେ ସତ୍ୟବ୍ରତ ପହଞ୍ଚିଥିଲେ ଏହି ଦୁର୍ଘଟଣାଗ୍ରସ୍ତ କାରକୁ ଧରି। ସେତେବେଳକୁ ଦିନେଶ ନାଁରେ ଥିବା ଭଡ଼ାଘରେ ଦିନେଶ ସହ ସଂପୃକ୍ତ ଯୁବତୀ ଓ ଅନ୍ୟ ୨ ସହଯୋଗୀ ଉପସ୍ଥିତ ଥିଲେ।

Advertisment

ସତ୍ୟବ୍ରତ ପହଞ୍ଚିବା କ୍ଷଣି ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଆଉ ସେହି ଗଣ୍ଡଗୋଳ ଭିତରେ ରକ୍ତରଂଜିତ ଅବସ୍ଥାରେ ସତ୍ୟବ୍ରତ ଘର ଭିତରୁ ଦୌଡ଼ି ଦୌଡ଼ି ରାସ୍ତା ଉପରକୁ ଆସିଥିଲେ। ସେଠାରୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଆଜି ଭୋରରେ ସତ୍ୟବ୍ରତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଆକ୍ରମଣ ଭିତରେ ସାଢ଼େ ୪ ଟାରେ ମାମଲାର ମାଷ୍ଟରମାଇଣ୍ଡ ଯୁବତୀ ଜଣକ ଇନଷ୍ଟାଗ୍ରାମରେ ନିଜ ଷ୍ଟାଟସରେ ଏକ ରିଲ୍ସ ବି ପୋଷ୍ଟ କରିଥିଲେ।

Bhubaneswar Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ