Australia Mass Shooting Photograph: (OTV)
ଅଷ୍ଟ୍ରେଲିଆର ବଣ୍ଡି ବିଚ୍ରେ ଘଟିଥିବା ଗୁଳିକାଣ୍ଡର ଠିକ୍ ମାସକ ପରେ ପୁଣି ହୋଇଛି ରକ୍ତପାତ। ନ୍ୟୁ ସାଉଥ୍ ୱେଲ୍ସର ଏକ ଛୋଟ ସହର କାର୍ଗେଲିଗୋରେ ଘଟିଥିବା ଏହି ଗୁଳିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଦୁଇ ଜଣ ମହିଳା ଥିବା ସୂଚନା ମିଳିଛି। ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଛି।
ସ୍ଥାନୀୟ ପୋଲିସ ଏବେ ଲେକ୍ କାର୍ଗେଲିଗୋରେ ଘଟିଥିବା ଗୁଳିକାଣ୍ଡର ତଦନ୍ତ କରୁଛି। ପୋଲିସ ସ୍ଥାନୀୟ ଲୋକଙ୍କୁ ସଚେତନ ରହିବାକୁ କହିଛି। ସ୍ଥାନୀୟ ରିପୋର୍ଟ ଅନୁଯାୟୀ ବନ୍ଧୁକଧାରୀ ଏବେ ବି ଫେରାର ଅଛି। ଏହା ଏକ ଯୋଜନାବଦ୍ଧ ଆକ୍ରମଣ ବୋଲି ଅନୁମାନ କରାଯାଉଛି।
ଲେକ୍ କାର୍ଗେଲିଗୋ ନ୍ୟୁ ସାଉଥ୍ ୱେଲ୍ସର କେନ୍ଦ୍ରରେ ଅବସ୍ଥିତ ଏବଂ ଏହାର ଜନସଂଖ୍ୟା ପ୍ରାୟ ୧୫୦୦। ଗତ ମାସରେ ସିଡନୀର ବଣ୍ଡି ବିଚ୍ରେ ହୋଇଥିବା ଗଣ ଗୁଳିକାଣ୍ଡ ପରେ ଏହି ଘଟଣା ଘଟିଛି। ସେଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/22/australia-mass-shooting-2026-01-22-14-29-32.jpg)