Advertisment

Suicide Bomber Targets Wedding: ବିବାହ ଉତ୍ସବରେ ଆତ୍ମଘାତୀ ବିସ୍ଫୋରଣ, ୭ ମୃତ, ଅନେକ ଆହତ

ଏକ ବିବାହ ଉତ୍ସବରେ ଅତିଥିମାନଙ୍କ ସମାଗମ ହୋଇଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି।

Suicide Bomber

Suicide Bomber Photograph: (OTV)

Advertisment

ଚାଲିଥିଲା ବିବାହ ଉତ୍ସବ। ସମସ୍ତେ ନାଚ ଗୀତ ଓ ମଉଜ ମଜଲିସରେ ଥିଲେ। ଏହି ସମୟରେ ହୋଇଥିଲା ଆତ୍ମଘାତୀ ବିସ୍ଫୋରଣ। ଶୁକ୍ରବାର ଉତ୍ତର-ପଶ୍ଚିମ ପାକିସ୍ତାନର ଅଶାନ୍ତ ଖାଇବର ପଖତୁନଖ୍ୱା ପ୍ରଦେଶରେ ଏକ ବିବାହ ଉତ୍ସବରେ ଅତିଥିମାନଙ୍କ ସମାଗମ ହୋଇଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି।

Advertisment

ଡେରା ଇସମାଇଲ ଖାନ ଜିଲ୍ଲାର ଜଣେ ସରକାର ସମର୍ଥକ ସମ୍ପ୍ରଦାୟ ନେତା ନୁର ଆଲାମ ମେହସୁଦଙ୍କ ବାସଭବନରେ ଏହି ଆକ୍ରମଣ ହୋଇଥିଲା ବୋଲି ସ୍ଥାନୀୟ ପୋଲିସ କହିଛି। ବିସ୍ଫୋରଣ ଯୋଗୁଁ ଜନଗହଳିପୂର୍ଣ୍ଣ ସ୍ଥାନରେ ଆତଙ୍କ ଖେଳିଯାଇଥିଲା।

ଶକ୍ତିଶାଳୀ ବିସ୍ଫୋରଣରେ ଛାତ ଭୁଶୁଡ଼ି ପଡ଼ିଥିଲା, ଯାହା ଫଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ଏବଂ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କ ପାଖକୁ ପହଞ୍ଚିବା କଷ୍ଟକର ହୋଇଥିଲା। ଅଧିକାରୀମାନେ ଆହୁରି କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଜଣେ 'ଭଲ ତାଲିବ' ଥିଲେ, (‘ଭଲ ତାଲିବ’ ର ଅର୍ଥ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ପୂର୍ବତନ ଆତଙ୍କବାଦୀ) ଏବଂ ବାକିମାନେ ତାଙ୍କ ସମ୍ପର୍କୀୟ ଥିଲେ। ମୃତକଙ୍କ ମଧ୍ୟରେ ଶାନ୍ତି କମିଟିର ନେତା ୱାହିଦୁଲ୍ଲା ମେହସୁଦ, ଛଦ୍ମନାମ ଜିଗ୍ରି ମେହସୁଦ ମଧ୍ୟ ଥିଲେ।

Advertisment

ପୋଲିସ କହିଛି ଯେ ମୃତକ ଏବଂ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଏହି ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରି ନାହାନ୍ତି। କିନ୍ତୁ ପାକିସ୍ତାନୀ ତାଲିବାନ ବା ତେହରିକ-ଏ-ତାଲିବାନ ପାକିସ୍ତାନ (TTP) ଏହି ଆତ୍ମଘାତୀ ବିସ୍ଫୋରଣ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। 

Pakistan Suicide Bomber
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ