Advertisment

Gunmen Open Fire: ଆଖିବୁଜା ଗୁଳିମାଡ଼ରେ ୧୦ ମୃତ, ଆଉ ୧୦ ଗୁରୁତର

ଜୋହାନ୍ସବର୍ଗ ନିକଟବର୍ତ୍ତୀ ବେକର୍ସଡାଲ୍ ଟାଉନସିପ୍‌ରେ ହୋଇଥିବା ଏହି ଗୁଳିକାଣ୍ଡରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।

South Africa shooting

South Africa shooting Photograph: (OTV)

Advertisment

ଅଷ୍ଟ୍ରେଲିଆର ସିଡନୀରେ ଇହୁଦୀ ପର୍ବ ପାଳନ ବେଳେ ଦୁଇ ଜଣ ବାପା ପୁଅଙ୍କ ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଆଜି ପୁଣି ଏକ ଗୁଳିକାଣ୍ଡ ଘଟଣା ସାମନାକୁ ଆସିଛି। ଦକ୍ଷିଣଆଫ୍ରିକାର ସବୁଠୁ ଜନବହୁଳ ସହର ଜୋହାନ୍ସବର୍ଗଠାରେ ଆଖିବୁଜା ଗୁଳିମାଡ କରିଛନ୍ତି କିଛି ଦୁବୃର୍ତ୍ତ। 

Advertisment

ଜୋହାନ୍ସବର୍ଗ ନିକଟବର୍ତ୍ତୀ ବେକର୍ସଡାଲ୍ ଟାଉନସିପ୍‌ରେ ହୋଇଥିବା ଏହି ଗୁଳିକାଣ୍ଡରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣମାରୀ ମାନେ ଗୁଳିମାଡ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। 

ପୋଲିସ କହିଛି ଯେ ଗୁଳିକାଣ୍ଡର କାରଣ ତୁରନ୍ତ ଜଣା ପଡିନାହିଁ। ଆକ୍ରମଣକାରୀ ମଧ୍ୟ କିଏ ତାହା ସ୍ପଷ୍ଟ ହୋଇନାହିଁ। ପ୍ରାୟ ୧୨ ଜଣ ସନ୍ଦିଗ୍ଧ ଏହି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ପୋଲିସ୍ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

Advertisment

ଚଳିତ ମାସରେ ଦକ୍ଷିଣ ଆଫ୍ରିକାରେ ଘଟିଥିବା ଏହା ଦ୍ୱିତୀୟ ଘଟଣା। ଡିସେମ୍ବର ୬ ତାରିଖରେ, ବନ୍ଧୁକଧାରୀମାନେ ପ୍ରିଟୋରିଆ ନିକଟରେ ଏକ ହଷ୍ଟେଲରେ ଆକ୍ରମଣ କରି ୧୨ ଜଣଙ୍କୁ ହତ୍ୟା କରିଥିଲେ, ଯେଉଁଥିରେ ଜଣେ ତିନି ବର୍ଷର ଶିଶୁ ମଧ୍ୟ ଥିଲା।

ଦକ୍ଷିଣ ଆଫ୍ରିକା ବିଶ୍ୱର ସବୁଠାରୁ ଅଧିକ ହିଂସାତ୍ମକ ଅପରାଧ ଘଟେ।

South Africa Johansberg
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ