Covid-19 Photograph: (OTV)
ଶୀତ ଆସିବା ପୂର୍ବରୁ କରୋନା ଭାଇରସର ଏକ ଭାରିଏଣ୍ଟ୍ ଲୋକଙ୍କୁ ଦ୍ରୁତ ଗତିରେ ସଂକ୍ରମଣ କରୁଛି। ନାକକୁ ବନ୍ଦ କରିଦେଉଛି ଆଉ ନିଶ୍ୱାସ ନେବାରେ କଷ୍ଟ ହେଉଛି। ଏହା ସହିତ ଥଣ୍ଡା ଲାଗିବା, ଥକା ଲାଗିବା, ମୁଣ୍ଡବିନ୍ଧିବା, ଝାଡ଼ା-ବାନ୍ତି ଆଦି ଦେଖାଦେଉଛି। XFG ନାମକ ଏହି ନୂଆ ଭାରିଏଣ୍ଟ୍କୁ ସାଧାରଣରେ "ଷ୍ଟ୍ରାଟସ୍" ବୋଲି କୁହାଯାଉଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜୁନ୍ ୨୫ ତାରିଖରେ ଏକ ଡକ୍ୟୁମେଣ୍ଟ ପ୍ରକାଶ କରିଥିଲା ଯେଉଁଥିରେ XFG କୁ ଏକ SARS-CoV-2 ଭାରିଏଣ୍ଟ୍ ଭାବରେ ନେଇ ଏହା ଉପରେ ନଜର ରଖାଯାଇଛି।
XFG ହେଉଛି ଓମିକ୍ରନର ଦୁଇଟି ସବ୍ଷ୍ଟ୍ରେନ୍ ର ଏକ ହାଇବ୍ରିଡ୍। ଏହା ପ୍ରଥମେ ଜାନୁଆରୀ ୨୦୨୫ରେ ଦକ୍ଷିଣ ପୂର୍ବ ଏସିଆରେ ଚିହ୍ନଟ ହୋଇଥିଲା। ଏହାପରେ ବିଶ୍ୱବ୍ୟାପୀ ବ୍ୟାପିବାରେ ଲାଗିଛି। ଏହା ଇମ୍ୟୁନ୍ ସିଷ୍ଟମ୍କୁ ସାଂଘାତିକ ଭାବେ ପ୍ରଭାବିତ କରୁଛି। ଏହି କାରଣରୁ ଏହାକୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି।
ଏହି ଖବର ଶୁଣିବା ପରେ ଆପଣଙ୍କ ମନରେ ନିଶ୍ଚିତ ଛନକା ପଶିବଣି। ମନରେ ପ୍ରଶ୍ନ ଆସିବଣି, ପୁଣି ହେବନି ତ ଲକ୍ଡାଉନ୍? ପୁଣି ମାସ୍କ ପିନ୍ଧିବା ହେବନି ତ ବାଧ୍ୟବାଧକତା?
ତେବେ କୋଭିଡ୍ର ଏହି ଭାରିଏଣ୍ଟ୍ ଏବେ ଭାରତରେ ନୁହେଁ ଆମେରିକାରେ ବ୍ୟାପିବାରେ ଲାଗିଛି। ଆମେରିକାର ୧୯ଟି ରାଜ୍ୟରେ ହଇଚଇ ସୃଷ୍ଟି କଲାଣି। ବିଶେଷକରି ନେଭାଡା, ଉଟାହ, କନେକ୍ଟିକଟ୍ ଏବଂ ଡେଲାୱେରରେ ଆତଙ୍କ ଖେଳାଇଛି।
ବର୍ତ୍ତମାନ ଚିନ୍ତାର କାରଣ ହେଉଛି ଏହା ଭାରତକୁ ଆକ୍ରାନ୍ତ କରିବ ନାହିଁ ତ? ପୁଣି ନେବନି ତ ଜନଜୀବନ? ତେବେ COVID-19 ଟିକା ଏହା ବିରୁଦ୍ଧରେ ପ୍ରଭାବଶାଳୀ ହେବ ବୋଲି WHO କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/04/covid-19-2025-10-04-11-42-13.jpg)