Advertisment

ଦିନକରେ ୧୦୯୬ ମୃତ, ୩୯ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୮୩,୩୪୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୩୬,୭୪୮ରେ ପହଞ୍ଚିଛି। ସେହିପରି ଦେଶରେ ୨୪ ଘଣ୍ଟା ଭିତରେ ୧୦୯୬ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଭାରତର ମୋଟ ୬୮,୪୭୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। #CoronaVirusUpdates: 📍Total #COVID19 Cases in India (as on September 04, 2020) ▶️77.15% Cured/Discharged/Migrated […]

ଅଦ୍ୟତନ ହୋଇଛି
ଦିନକରେ ୧୦୯୬ ମୃତ, ୩୯ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

corona

Advertisment

ନୂଆଦିଲ୍ଲୀ: ଭାରତରେ କରୋନା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୮୩,୩୪୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୩୬,୭୪୮ରେ ପହଞ୍ଚିଛି। ସେହିପରି ଦେଶରେ ୨୪ ଘଣ୍ଟା ଭିତରେ ୧୦୯୬ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଭାରତର ମୋଟ ୬୮,୪୭୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

Advertisment

https://twitter.com/COVIDNewsByMIB/status/1301740099156107266?s=20

ତେବେ ଆଶ୍ୱସ୍ତିକର କଥା ହେଉଛି ଦେଶରେ ଆରୋଗ୍ୟ ସଂଖ୍ୟା ୩୦ଲକ୍ଷ ଟପିଛି। ଦେଶରେ ରିକଭରୀ ରେଟ୍ ୭୭.୧୪ ପ୍ରତିଶତରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୬୬,୬୫୯ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ଦେଶରେ ଏପର୍ଯ୍ୟନ୍ତ ୩୦,୩୭,୧୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ଟିଭ୍ ମାମଲା ୨୧.୧୧ ପ୍ରତିଶତ ଅର୍ଥାତ୍ ୮,୩୧,୧୨୪ ଜଣ ରହିଛନ୍ତି। ତେବେ କରୋନା ମୃତ୍ୟୁ ହାର ୧.୭୩ ପ୍ରତିଶତ ରହିଛି। ଯାହାକି ଅନ୍ୟ ଦେଶଗୁଡ଼ିକ ତୁଳନାରେ ବହୁତ କମ୍।

ଭାରତରେ ପଜିଟିଭ୍ ରେଟ୍ ୭.୧୨ ପ୍ରତିଶତ ଚାଲିଛି। ଅର୍ଥାତ୍ ଦିନକରେ ଯେତେବି ଟେଷ୍ଟିଂ ହେଉଛି, ସେଥିରୁ ୭.୧୨ ପ୍ରତିଶତ ମାମଲା ପଜିଟିଭ୍ ଆସୁଛି। ଗତ ୨୪ ଘଣ୍ଟାରେ ୧୧,୬୯,୭୬୫ ଟେଷ୍ଟ ହୋଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୪,୬୬,୭୯,୧୪୫ ଟେଷ୍ଟ ହୋଇସାରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ