Advertisment

ଏହି ରାଜ୍ୟରେ ଆଉ ମାସେ ବଢ଼ିଲା ଲକଡାଉନ୍

ଚେନ୍ନାଇ: କରୋନା ସଂକ୍ରମଣକୁ ଆଖି ଆଗରେ ରଖି ତାମିଲନାଡୁ ସରକାର ବଡ଼ ଘୋଷଣା କରିଛନ୍ତି। ତାମିଲନାଡୁ ସରକାର ଏବେ ରାଜ୍ୟରେ ଲକଡାଉନ୍ ଅବଧିକୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ତେବେ ଏହି ଲକଡାଉନରେ ସରକାର ସାମାନ୍ୟ କୋହଳ କରିଛନ୍ତି। ରାଜ୍ୟ ସରକାର ଧର୍ମାନୁଷ୍ଠାନ, ହୋଟେଲ ଓ ରିସର୍ଟକୁ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ୱାମୀ ସମସ୍ତ ଜିଲ୍ଲା କଲେକ୍ଟର, ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ସ୍ୱତନ୍ତ୍ର ମେଡିକାଲ୍ ପ୍ୟାନେଲ୍ ସହ ବୈଠକ ପରେ […]

ଏହି ରାଜ୍ୟରେ ଆଉ ମାସେ ବଢ଼ିଲା ଲକଡାଉନ୍

tn

Advertisment

ଚେନ୍ନାଇ: କରୋନା ସଂକ୍ରମଣକୁ ଆଖି ଆଗରେ ରଖି ତାମିଲନାଡୁ ସରକାର ବଡ଼ ଘୋଷଣା କରିଛନ୍ତି। ତାମିଲନାଡୁ ସରକାର ଏବେ ରାଜ୍ୟରେ ଲକଡାଉନ୍ ଅବଧିକୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ତେବେ ଏହି ଲକଡାଉନରେ ସରକାର ସାମାନ୍ୟ କୋହଳ କରିଛନ୍ତି। ରାଜ୍ୟ ସରକାର ଧର୍ମାନୁଷ୍ଠାନ, ହୋଟେଲ ଓ ରିସର୍ଟକୁ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ୱାମୀ ସମସ୍ତ ଜିଲ୍ଲା କଲେକ୍ଟର, ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ସ୍ୱତନ୍ତ୍ର ମେଡିକାଲ୍ ପ୍ୟାନେଲ୍ ସହ ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି।

Advertisment

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୮୫.୪୫ ପ୍ରତିଶିତ ରହିଛି, ଯାହା ଦେଶରେ ସର୍ବାଧିକ। ସେହିପରି ରାଜ୍ୟରେ କରୋନା ମୃତ୍ୟୁହାର ୧.୭ ପ୍ରତିଶତ ରହିଛି, ଯାହା ଅନ୍ୟ ବହୁତ କମ୍। ଶନିବାର କେନ୍ଦ୍ର ସରକାର ଅନଲକ୍-୪ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ଏହି ଗାଇଡଲାଇନ୍ ମୁତାବକ ମେଟ୍ରୋ ରେଳକୁ ସେପ୍ଟେମ୍ବର ୭ ତାରିଖରୁ ପର୍ଯ୍ୟାୟକ୍ରମେ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି।

ଏହାସହ ସେପ୍ଟେମ୍ବର ୨୧ ତାରିଖ ଠାରୁ ୧୦୦ ଲୋକଙ୍କୁ ନେଇ ସାମାଜିକ, ରାଜନୀତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ସରକାର ଅନୁମତି ଦେଇଛନ୍ତି। ସ୍କୁଲ୍, କଲେଜ, ଅନ୍ୟ ଶିକ୍ଷାନୁଷ୍ଠାନ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ଏହା ମଧ୍ୟରେ ଅନଲାଇନ୍ କ୍ଲାସ୍ ଜାରି ରହିବ ବୋଲି ସରକାର କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ