Advertisment

ଟେଲିକମ୍ କମ୍ପାନୀକୁ ସୁପ୍ରିମ୍ କୋର୍ଟଙ୍କ ଆଶ୍ୱସ୍ତି

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ସମସ୍ତ ଟେଲିକମ୍ କମ୍ପାନୀର ବକେୟା ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ (ଏଜିଆର୍)କୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମ୍ କୋର୍ଟ ଏବେ ଟେଲିକମ୍ କମ୍ପାନୀକୁ ବଡ଼ ଆଶ୍ୱସ୍ତି ଦେବା ସହ ବକେୟା ଏଜିଆର୍ ଶୁଝିବା ପାଇଁ ୧୦ ବର୍ଷ ସମୟ ଦେଇଛନ୍ତି। ଟେଲିକମ୍ କମ୍ପାନୀ ଉପରେ ମୋଟ ୧.୬ ଲକ୍ଷ କୋଟି ଟଙ୍କାର ବକେୟା ରହିଛି। ସୁପ୍ରିମ୍ କୋର୍ଟ କହିଛନ୍ତି, ୧୦ ବର୍ଷର ଆଶ୍ୱସ୍ତି ଦେବାର ଅବଧି ଏପ୍ରିଲ୍ ୧, ୨୦୨୧ରୁ ଆରମ୍ଭ ହେବ। […]

ଅଦ୍ୟତନ ହୋଇଛି
ଟେଲିକମ୍ କମ୍ପାନୀକୁ ସୁପ୍ରିମ୍ କୋର୍ଟଙ୍କ ଆଶ୍ୱସ୍ତି

agr

Advertisment

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ସମସ୍ତ ଟେଲିକମ୍ କମ୍ପାନୀର ବକେୟା ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ (ଏଜିଆର୍)କୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମ୍ କୋର୍ଟ ଏବେ ଟେଲିକମ୍ କମ୍ପାନୀକୁ ବଡ଼ ଆଶ୍ୱସ୍ତି ଦେବା ସହ ବକେୟା ଏଜିଆର୍ ଶୁଝିବା ପାଇଁ ୧୦ ବର୍ଷ ସମୟ ଦେଇଛନ୍ତି। ଟେଲିକମ୍ କମ୍ପାନୀ ଉପରେ ମୋଟ ୧.୬ ଲକ୍ଷ କୋଟି ଟଙ୍କାର ବକେୟା ରହିଛି।

Advertisment

ସୁପ୍ରିମ୍ କୋର୍ଟ କହିଛନ୍ତି, ୧୦ ବର୍ଷର ଆଶ୍ୱସ୍ତି ଦେବାର ଅବଧି ଏପ୍ରିଲ୍ ୧, ୨୦୨୧ରୁ ଆରମ୍ଭ ହେବ। ତେବେ ଟେଲିକମ୍ କମ୍ପାନୀକୁ ଦଶ ପ୍ରତିଶତ ବକେୟା ୩୧ ମାର୍ଚ୍ଚ, ୨୦୨୧ ସୁଦ୍ଧା ଦେବାକୁ ପଡିବ। ସେହିପରି ବାକି ବକେୟା ପ୍ରତିବର୍ଷ ଫେବୃଆରୀ ୭ ତାରିଖରେ ଗୋଟିଏ କିସ୍ତିରେ ଦେବେ। ଯଦି ସଂପୃକ୍ତ ଟେଲିକମ କମ୍ପାନୀ ଏହି ଅବଧି ଭିତରେ ବକେୟା ଟଙ୍କା ନଦେବେ ତା’ହେଲେ ଅଦାଲତ ଅବମାନନା ବୋଲି ବିଚାର କରାଯିବ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି।

ଜଷ୍ଟିସ ଅରୁଣ ମିଶ୍ର ଏହି ମାମଲାର ଶୁଣାଣି କରିଥିଲେ। ସେ କହିଛନ୍ତି ଯେ କରୋନା ଭାଇରସ୍ ମହାମାରୀ ପାଇଁ ସୁପ୍ରିମକୋର୍ଟ ଅବଧି ବଢ଼ାଇଛନ୍ତି। ଯଦି ସଂପୃକ୍ତ ଟେଲିକମ କମ୍ପାନୀ ଏହି ଅବଧି ଭିତରେ ବକେୟା ଟଙ୍କା ନଦେବେ ତା’ହେଲେ ଅଦାଲତ ଅବମାନନା ବୋଲି ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି।

Advertisment

ତେବେ ଏହି ଏଜିଆର ବିବାଦ କ’ଣ ଆସନ୍ତୁ ଜାଣିବା। ଏଜିଆର୍ ହେଉଛି ସ୍ପେକ୍ଟ୍ରମ୍ ବ୍ୟବହାର ଚାର୍ଜ ଏବଂ ଲାଇସେନ୍ସ ଦେୟ, ଯାହାକୁ ବକେୟା ରଖିଛନ୍ତି ଟେଲିକମ କମ୍ପାନୀ। ସରକାର ଏଜିଆର ପଇସା ମାଗିବା ପରେ ଏହାକୁ ବିରୋଧ କରି ଟେଲିକମ୍ କମ୍ପାନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ପରେ ସରକାରଙ୍କ ଦାବିକୁ ସୁପ୍ରିମ କୋର୍ଟ ମଧ୍ୟ କାଏମ ରଖିଛନ୍ତି।

ସୁପ୍ରିମକୋର୍ଟ ୨୪ ଅକ୍ଟୋବର, ୨୦୧୯ରେ ଟେଲିକମ୍ କମ୍ପାନୀଗୁଡ଼ିକୁ ୨୩ ଜାନୁୟାରୀ ୨୦୨୦ ପର୍ଯ୍ୟନ୍ତ ଅନୁମତି ଦେଇଥିଲେ। ରିଲାଏନ୍ସ ଜିଓ ଏହି ସମୟସୀମା ଉପରେ ଦେୟ ଦେଇଥିଲା, କିନ୍ତୁ ଅନ୍ୟ ଟେଲିକମ୍ କମ୍ପାନୀ ପୁଣି ଥରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ ସ୍ଥଗିତ ରଖିବାକୁ ଦାବି କରିଥିଲେ। ଫେବୃଆରୀ ମାସରେ ସୁପ୍ରିମକୋର୍ଟ ଟେଲିକମ୍ କମ୍ପାନୀମାନଙ୍କୁ କହିଥିଲେ ଯେ ସେମାନେ ସଂଶୋଧିତ ମୋଟ ରାଜସ୍ୱର ଦେୟ ଦେବାକୁ କୌଣସି ସମୟ ପାଇପାରିବେ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ