Advertisment

ଏପ୍ରିଲ ସୁଦ୍ଧା ସାଧାରଣ ବ୍ୟକ୍ତିଙ୍କୁ ମିଳିପାରେ କରୋନା ଟିକା !

ନୂଆଦିଲ୍ଲୀ: ଏପ୍ରିଲ ସୁଦ୍ଧା ଦେଶର ସାଧାରଣ ବ୍ୟକ୍ତିଙ୍କୁ ମିଳିପାରେ କରୋନା ଟିକା। ସେରମ କମ୍ପାନୀ ପ୍ରସ୍ତୁତ ଏହି  ଟିକା ୨ଟି ଡୋଜର ଦାମ  ପ୍ରାୟ ହଜାରରୁ ୧୨ ଶହ ଟଙ୍କା  ପଡ଼ିବ। ଏ ନେଇ ସୂଚନା ଦେଇଛନ୍ତି ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା। ତେବେ ସଠିକ କେତେ ରହିବା ଶେଷ ଟ୍ରାଏଲ ଓ ଅନୁମତି ପରେ ଜଣାପଡ଼ିବ ବୋଲି ପୁନାଓ୍ବାଲା କହିଛନ୍ତି। ତେବେ ଦେଶର ସମସ୍ତ ଲୋକଙ୍କୁ ଟିକା ପ୍ରଦାନ କରିବାକୁ ୨୦୨୪ ହୋଇଯିବ ବୋଲି […]

ଏପ୍ରିଲ ସୁଦ୍ଧା ସାଧାରଣ ବ୍ୟକ୍ତିଙ୍କୁ ମିଳିପାରେ କରୋନା ଟିକା !

vaccine

Advertisment

ନୂଆଦିଲ୍ଲୀ: ଏପ୍ରିଲ ସୁଦ୍ଧା ଦେଶର ସାଧାରଣ ବ୍ୟକ୍ତିଙ୍କୁ ମିଳିପାରେ କରୋନା ଟିକା। ସେରମ କମ୍ପାନୀ ପ୍ରସ୍ତୁତ ଏହି  ଟିକା ୨ଟି ଡୋଜର ଦାମ  ପ୍ରାୟ ହଜାରରୁ ୧୨ ଶହ ଟଙ୍କା  ପଡ଼ିବ। ଏ ନେଇ ସୂଚନା ଦେଇଛନ୍ତି ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା।

Advertisment

ତେବେ ସଠିକ କେତେ ରହିବା ଶେଷ ଟ୍ରାଏଲ ଓ ଅନୁମତି ପରେ ଜଣାପଡ଼ିବ ବୋଲି ପୁନାଓ୍ବାଲା କହିଛନ୍ତି। ତେବେ ଦେଶର ସମସ୍ତ ଲୋକଙ୍କୁ ଟିକା ପ୍ରଦାନ କରିବାକୁ ୨୦୨୪ ହୋଇଯିବ ବୋଲି କୁହାଯାଇଛି ।

କେବଳ ଟିକା ପହଞ୍ଚାଇବା ଚ୍ୟାଲେଞ୍ଜ ନୁହେଂ, ଏହା ଯେମିତି ଦୀର୍ଘ ସ୍ଥାୟୀ ହେବ, କରୋନାକୁ ରୋକିବାରେ ସଫଳ ହେଉଥିବ ଓ ସମସ୍ତ ବର୍ଗର ଲୋକ ଯେପରି ଲାଭ ପାଇବେ ତାହା ମୁଖ୍ୟ ଚ୍ୟାଲେଞ୍ଜ ହେବ ବୋଲି ପୁନାୱାଲା କହିଛନ୍ତି । ଖାଲି ଏତିକି ନୁହେଁ ବିଶ୍ୱରେ ପ୍ରସ୍ତୁତ ହେଉଥିବା ଅନ୍ୟ ଟିକାଠୁ ସେରମ୍ ଟିକା ଅଧିକ ଫଳପ୍ରଦ ଏବଂ ଶସ୍ତା ହେବ ବୋଲି ପୁନାଓ୍ବାଲା ଦାବି କରିଛନ୍ତି।

Advertisment

ଟିକା ଆସନ୍ତା ଫେବ୍ରୁଆରୀରେ ଆସିବା ପରେ ପ୍ରଥମ ପର୍ଯ୍ୟାୟରେ ଏହା ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ବୋଲି ସୂଚନା ଦେଇଛନ୍ତି ପୁନାୱାଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ