ଚେନ୍ନାଇ/ନୂଆଦିଲ୍ଲୀ: ମହାମାରୀ କରୋନାରେ ସାଧାରଣ ଜନତାଙ୍କଠୁ ଆରମ୍ଭ କରି ଅନେକ ରାଜନେତା ଓ ସେଲିବ୍ରିଟିଙ୍କ ଜୀବନ ଚାଲି ଯାଉଛି। ଏଭଳି ଏକ ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି। କରୋନାରେ ଆକ୍ରାନ୍ତ ହୋଇ ପ୍ରସିଦ୍ଧ ତାମିଲ ଅଭିନେତା ପାଣ୍ଡୁଙ୍କ ମୃତ୍ୟୁ ଘଟିଥିବାବେଳେ ୮୦ ଦଶକରେ ଅନେକ ଫିଲ୍ମରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ କରିଥିବା ଅଭିନେତ୍ରୀ ଶ୍ରୀ ପଦାଙ୍କ ମୃତ୍ୟୁ ଘଟିଛି।
କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ଆଜି ପ୍ରସିଦ୍ଧ ତାମିଲ ଅଭିନେତା ପାଣ୍ଡୁଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ସେ କରୋନା ପଜିଟିଭ ଚିହ୍ନଟ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କର ୩ ଜଣ ପୁଅ ଅଛନ୍ତି। ଅଭିନେତା ପାଣ୍ଡୁଙ୍କ ବିୟୋଗରେ ପ୍ରମୁଖ ତାମିଲ ଅଭିନେତା ଓ ଅଭିନେତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
Better to switch off from all social media for sometime. Very shocking to read this morning news. #RIPPandu sir, one of the finest human beings & actors.
Going to be on home quarantine for some days. Be safe at home friends. Take care. Very challenging days ahead 🙏🙏🙏 pic.twitter.com/yAvNwmjRms
— Dr. Dhananjayan G (@Dhananjayang) May 6, 2021
When actors like Goundamani Uncle and Senthil sir were ruling the 90’s, he held his own with his unique style,expressions and dialogue delivery. Rest in Peace Pandu sir. You will be missed! #RipPandupic.twitter.com/uQvvoys990
— Sibi Sathyaraj (@Sibi_Sathyaraj) May 6, 2021
#Pandu uncle miss u soo much🙏😭King of funny expressions😢U made us laugh soo much 🙏Thankyou
Aathma namasthey om shanthi😰#RipPanduhttps://t.co/YCcIbYEZ3Npic.twitter.com/fII4hwjYaF— Actress Harathi (@harathi_hahaha) May 6, 2021
ସେହିପରି କରୋନାରେ ଆକ୍ରାନ୍ତ ହୋଇ ୮୦ ଦଶକରେ ଅନେକ ଫିଲ୍ମରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ କରିଥିବା ଶ୍ରୀ ପଦାଙ୍କ ମୃତ୍ୟୁ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ସେ ବେଙ୍ଗାଲୁରୁ ସ୍ଥିତ MS Ramaiah ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ୫୩ ବର୍ଷୀୟ ଏହି ଅଭିନେତ୍ରୀ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କରୋନା ଟେଷ୍ଟ କରାଯିବା ପରେ ରିପୋର୍ଟ ପଜିଟିଭ ଆସିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଶ୍ରୀ ପଦା ୮୦ ଓ ୯୦ ଦଶକରେ ଅନେକ ଫିଲ୍ମରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ପ୍ରକୃତ ନାଁ ଇଶା ନାଇଡୁ।
#CINTAA expresses its deepest condolence on the demise of #SriPrada (Member since March 1989) @Djariwalla@actormanojjoshi@amitbehl1@SuneelSinha@deepakqazir@NupurAlankar@abhhaybhaargava@sanjaymbhatia@rajeshwarisachd@neelukohliactor@JhankalRavi@rakufired@GhanshyamSriv19pic.twitter.com/8b4Ynm3iMt
— CINTAA_Official (@CintaaOfficial) May 5, 2021
ଦେଶରେ ଆଜି ୪ ଲକ୍ଷ ୧୨ ହଜାର ୨୬୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୦ ଲକ୍ଷ ୭୭ ହଜାର ୪୧୦କୁ ବୃଦ୍ଧି ପାଇଛି। ଆଉ ଏହାରି ମଧ୍ୟରେ ଦେଶରେ ଦିନକରେ ୩ ହଜାର ୯୮୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୨ ଲକ୍ଷ ୩୦ ହଜାର ୧୬୮କୁ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)