Advertisment

'ସାରା ବିଶ୍ୱର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାକୁ ଫାଇଜର ଦେଲା ବଡ଼ ସଫଳତା'

ଅଦ୍ୟତନ ହୋଇଛି
'ସାରା ବିଶ୍ୱର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାକୁ ଫାଇଜର ଦେଲା ବଡ଼ ସଫଳତା'

covid19

Advertisment

ୱାଶିଂଟନ୍: କୋଭିଡ୍ ବିରୋଧରେ ଚାଲିଥିବା ଯୁଦ୍ଧକୁ ବଡ଼ ସଫଳତା। ଆମେରିକାର ଫାଇଜର ଫାର୍ମା କମ୍ପାନି ଓ ଜର୍ମାନୀର ବାୟୋ ଏନ୍ ଟେକ୍ ଦ୍ୱାରା ବିକଶିତ କୋଭିଡ ୧୯ ଭ୍ୟାକ୍ସିନ ଫେଜ୍-୩ ଟ୍ରାଏଲ୍‌ରେ ୯୦ ପ୍ରତିଶତରୁ ଅଧିକ ଫଳପ୍ରଦ ହୋଇଥିବା କଂପାନି ପକ୍ଷରୁ ଘୋଷଣା କରାଯାଇଛି। ୯୪ ଜଣ କୋଭିଡ୍ ରୋଗୀଙ୍କ ଦେହରେ ପରୀକ୍ଷା ପରେ ଏହି ଫଳ ମିଳିଥିବା କଂପାନି କହିଛି।

Advertisment

ତେବେ ଫେଜ୍-୩ରେ ୪୩ ହଜାର ୫୩୮ ଜଣ ବ୍ୟକ୍ତିଙ୍କ ଶରୀରରେ ଏହି ଟିକା ପରୀକ୍ଷା କରାଯାଇଥିଲା। ତେବେ କାହା ଶରୀରରେ ଏହା କ୍ଷତି ପହଞ୍ଚାଇନାହିଁ। ଚଳିତମାସ ଶେଷ ସପ୍ତାହ ସୁଦ୍ଧା ଏହି ଟିକା ସୁରକ୍ଷିତ ବୋଲି ଆମେରିକାର ପ୍ରମାଣପତ୍ର ପାଇପାରେ।

ତେବେ ୧୬୪ ଜଣଙ୍କ ଦେହରେ ଏହି ଟିକା ପ୍ରୟୋଗ କରାଯାଇ ଅନ୍ତିମ ପରୀକ୍ଷା ନିରୀକ୍ଷା କରାଯାଉଛି। ଏହି ୨ଟି ଡୋଜ୍ ବିଶିଷ୍ଟ ଦ୍ୱିତୀୟ ଡୋଜ୍ ନେବାର ୭ ଦିନ ପରେ ସଂପୃକ୍ତ ବ୍ୟକ୍ତିଙ୍କ ଦେହରେ ୯୦ ପ୍ରତିଶତରୁ ଅଧିକ ଫଳପ୍ରଦ ହେଉଥିବା କଂପାନି କହିଛି।

Advertisment

ଏହାର ଅର୍ଥ ପ୍ରଥମ ଡୋଜ ନେବାର ୨୮ ଦିନ ପରେ ମଣିଷ ଶରୀରରେ ଏହି ଟିକା ୯୦ ପ୍ରତିଶତ କାର୍ଯ୍ୟ କରୁଛି। ବିଶ୍ୱରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବା ବେଳେ କୋଭିଡ୍ ଟିକା ନେଇ ଆସିଥିବା ଏହି ଖବର ସମସ୍ତଙ୍କ ପାଇଁ ଆଶ୍ୱସ୍ତି ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ