Advertisment

ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ପାକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଜାଫର ମିର୍ଜା ଗତକାଲି କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ମିର୍ଜା ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କରୋନାର ସାମାନ୍ୟ ଲକ୍ଷଣ ମୁଁ ଅନୁଭବ କରୁଛି। ଏନେଇ ମୁଁ ସମସ୍ତ ସତର୍କତା ଅବଲମ୍ୱନ କରୁଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହୁଛି। କରୋନା ସମ୍ୱନ୍ଧୀୟ ସମସ୍ତ ସତର୍କତା ଅବଲମ୍ୱନ କରୁଛି। ମିର୍ଜା କହିଛନ୍ତି ଯେ ମୋ ପାଇଁ ପ୍ରାର୍ଥନା କର। <327> I […]

ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

pakistan

Advertisment

ନୂଆଦିଲ୍ଲୀ: ପାକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଜାଫର ମିର୍ଜା ଗତକାଲି କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ମିର୍ଜା ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କରୋନାର ସାମାନ୍ୟ ଲକ୍ଷଣ ମୁଁ ଅନୁଭବ କରୁଛି। ଏନେଇ ମୁଁ ସମସ୍ତ ସତର୍କତା ଅବଲମ୍ୱନ କରୁଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହୁଛି। କରୋନା ସମ୍ୱନ୍ଧୀୟ ସମସ୍ତ ସତର୍କତା ଅବଲମ୍ୱନ କରୁଛି। ମିର୍ଜା କହିଛନ୍ତି ଯେ ମୋ ପାଇଁ ପ୍ରାର୍ଥନା କର।

Advertisment

ଜାଫର ମିର୍ଜା ତାଙ୍କ ସାଥୀମାନଙ୍କୁ ପ୍ରଶଂସା କରି କହିଥିଲେ ଯେ ‘ତୁମେମାନେ ବହୁତ ଭଲ କାମ କରୁଛ। ମୁଁ ତୁମ ପାଇଁ ଗର୍ବିତ’। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍ କ୍ୟୁରେଶି ଗତ ଶୁକ୍ରବାର କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାହା ପରେ ସେ ନିଜକୁ ହୋମ୍ କ୍ୱାରେଣ୍ଟିନରେ ରଖିଛନ୍ତି। ଏ ନେଇ ଖୋଦ୍ କ୍ୟୁରେଶି ଟ୍ୱିଟ୍ କରି ସୂଚନା ଦେଇଥିଲେ।

Advertisment

ସୂଚନାଥାଉକି, ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୧୦୦୦ରୁ ଅଧିକ ଥିବାବେଳେ ସେଥିମଧ୍ୟରୁ ୪୭୬୩ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ