Advertisment

ଖୁବଶୀଘ୍ର ଭାରତରେ ହେବ ଅକ୍ସଫୋର୍ଡ କରୋନା ଭ୍ୟାକସିନର କ୍ଲିନିକାଲ୍ ଟ୍ରାଏଲ୍

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ, ଦୈନିକ ୫୦ହଜାରରୁ ଅଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସୁଛି। ଏହା ମଧ୍ୟରେ କରୋନା ଭ୍ୟାକସିନ୍ ବାହାର କରିବା ପାଇଁ ସାରା ଦୁନିଆରେ ଦ୍ରୁତ ଗତିରେ କାମ ଜାରି ରହିଛି। ଏହିକ୍ରମରେ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) ପକ୍ଷରୁ ଅନୁମତି […]

ଅଦ୍ୟତନ ହୋଇଛି
ଖୁବଶୀଘ୍ର ଭାରତରେ ହେବ ଅକ୍ସଫୋର୍ଡ କରୋନା ଭ୍ୟାକସିନର କ୍ଲିନିକାଲ୍ ଟ୍ରାଏଲ୍

corona-vaccine

Advertisment

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ, ଦୈନିକ ୫୦ହଜାରରୁ ଅଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସୁଛି। ଏହା ମଧ୍ୟରେ କରୋନା ଭ୍ୟାକସିନ୍ ବାହାର କରିବା ପାଇଁ ସାରା ଦୁନିଆରେ ଦ୍ରୁତ ଗତିରେ କାମ ଜାରି ରହିଛି। ଏହିକ୍ରମରେ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) ପକ୍ଷରୁ ଅନୁମତି ମିଳିଛି।

Advertisment

https://twitter.com/ANI/status/1290190513157464065?s=20

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଏଥିପାଇଁ ବିଧିବଦ୍ଧ ଅନୁମତି ଦିଆଯାଇଛି। ଏଥିପାଇଁ ୧୭ଟି ରାଜ୍ୟର ୧୮ବର୍ଷରୁ ଅଧିକ ୧୬ଶହ ବ୍ୟକ୍ତିଙ୍କଠାରେ ଏହି ପରୀକ୍ଷା କରାଯିବ। ଏବେ ବ୍ରିଟେନରେ ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲିଛି। ବ୍ରାଜିଲରେ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ହେଉଥିବା ବେଳେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ହେଉଛି। ତେବେ ଉଭୟ ଦେଶରେ ଏହାର ଭଲ ରେଜଲ୍ଟ ମଧ୍ୟ ଦେଖିବାକୁ ମିଳିଛି।

ଅପ୍ରେଲରେ ଏହାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ହୋଇଥିଲା। ଏହା ମଧ୍ୟରେ ୧ହଜାରରୁ ଅଧିକ ଲୋକଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଛି। ଏବେ ଭାରତରେ ତୃତୀୟ ପର୍ଯ୍ୟାୟର ମାନବ ପରୀକ୍ଷଣ ଆରମ୍ଭ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ