Advertisment

ଦିନକରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦିନକରେ ରାଜ୍ୟରେ ୩୩୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬୨୮୧୩ରେ ପହଞ୍ଚିଛି। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୭୩୨ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୨୬୧, ଭଦ୍ରକରୁ ୨୪୫, ଗଂଜାମରୁ ୨୩୮, ରାୟଗଡ଼ାରୁ ୨୧୭, କଟକରୁ […]

ଅଦ୍ୟତନ ହୋଇଛି
ଦିନକରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ

ciovid

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦିନକରେ ରାଜ୍ୟରେ ୩୩୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬୨୮୧୩ରେ ପହଞ୍ଚିଛି। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

Advertisment

ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୭୩୨ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୨୬୧, ଭଦ୍ରକରୁ ୨୪୫, ଗଂଜାମରୁ ୨୩୮, ରାୟଗଡ଼ାରୁ ୨୧୭, କଟକରୁ ୧୮୧, ବାଲେଶ୍ୱରରୁ ୧୫୫, ସମ୍ବଲପୁରରୁ ୧୨୭, ପୁରୀରୁ ୧୨୧, କୋରାପୁଟରୁ ୧୧୯, ମୟୂରଭଂଜରୁ ୧୧୨, ସୋନପୁରରୁ ୧୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

https://twitter.com/HFWOdisha/status/1298599931372957696?s=20

ସେହିପରି ବୌଦ୍ଧରୁ ୮୪, ବରଗଡ଼ରୁ ୭୮, କନ୍ଧମାଳରୁ ୬୮, ବଲାଙ୍ଗିରରୁ ୬୫, ନୟାଗଡ଼ରୁ ୬୦, କଳାହାଣ୍ଡିରୁ ୫୬, ମାଲକାନଗିରିରୁ ୫୪, ଢେଙ୍କାନାଳରୁ ୪୯, ନବରଙ୍ଗପୁରରୁ ୩୬, କେନ୍ଦୁଝରରୁ ୩୪, ଯାଜପୁରରୁ ୩୨, ଗଜପତିରୁ ୨୭, ଅନୁଗୋଳରୁ ୨୨, ଝାରସୁଗୁଡ଼ାରୁ ୨୦, କେନ୍ଦ୍ରାପଡ଼ାରୁ ୧୯, ଜଗତସିଂହପୁରରୁ ୧୬, ନୂଆପଡ଼ାରୁ ୧୧ ଓ ଦେବଗଡ଼ରୁ ଜଣେ ଲେଖାଏଁ କରୋନାରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ