Advertisment

ମାଲେସିୟାରେ ୧୦ଗୁଣ ଅଧିକ ମାରାତ୍ମକ ହେଲା କରୋନାଭାଇରସ୍!

ନୂଆଦିଲ୍ଲୀ: ପୂରା ଦୁନିଆରେ କରୋନା ତା’ର କାୟା ବିସ୍ତାର କରିଚାଲିଛି। ଏଭଳି ଏକ ସଙ୍କଟ ସମୟରେ ଏହି ଭାଇରସକୁ ନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚିନ୍ତାକୁ ବଢ଼ାଇ ଦେଇଛି। ମାଲେସିୟାରେ କରୋନାର ଏଭଳି ଷ୍ଟ୍ରେନ୍ ମିଳିଛି, ଯାହା ୧୦ଗୁଣ ଅଧିକ ମାରାତ୍ମକ। କରୋନାଭାଇରସର ମ୍ୟୁଟେସନକୁ ନେଇ ପୂର୍ବରୁ ଅନେକ ଖବର ଆସିଛ, କିନ୍ତୁ ଏବେ କରୋନା ଭାଇରସ୍ ଯେଉଁ ରୂପ ବଳଦାଇଛି, ତାହା ସବୁଠାରୁ ଅଧିକ ଭୟଙ୍କର କୁହାଯାଉଛି। ମାଲେସିୟା ବୈଜ୍ଞାନିକମାନେ […]

ମାଲେସିୟାରେ ୧୦ଗୁଣ ଅଧିକ ମାରାତ୍ମକ ହେଲା କରୋନାଭାଇରସ୍!

malyasia

Advertisment

ନୂଆଦିଲ୍ଲୀ: ପୂରା ଦୁନିଆରେ କରୋନା ତା'ର କାୟା ବିସ୍ତାର କରିଚାଲିଛି। ଏଭଳି ଏକ ସଙ୍କଟ ସମୟରେ ଏହି ଭାଇରସକୁ ନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚିନ୍ତାକୁ ବଢ଼ାଇ ଦେଇଛି। ମାଲେସିୟାରେ କରୋନାର ଏଭଳି ଷ୍ଟ୍ରେନ୍ ମିଳିଛି, ଯାହା ୧୦ଗୁଣ ଅଧିକ ମାରାତ୍ମକ। କରୋନାଭାଇରସର ମ୍ୟୁଟେସନକୁ ନେଇ ପୂର୍ବରୁ ଅନେକ ଖବର ଆସିଛ, କିନ୍ତୁ ଏବେ କରୋନା ଭାଇରସ୍ ଯେଉଁ ରୂପ ବଳଦାଇଛି, ତାହା ସବୁଠାରୁ ଅଧିକ ଭୟଙ୍କର କୁହାଯାଉଛି। ମାଲେସିୟା ବୈଜ୍ଞାନିକମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ଶରୀରରୁ ଯେଉଁ ନୂଆ ଷ୍ଟ୍ରେନ ଠାବ କରିଛନ୍ତି, ତାହା ଆମେରିକା ଓ ୟୁରୋପରେ ଠାବ ହୋଇଥିବା କରୋନା ଷ୍ଟ୍ରେନ ଠାରୁ ଅଧିକ ମାରାତ୍ମକ ବୋଲି କୁହାଯାଉଛି।

Advertisment

ଏ ନେଇ ମ୍ୟାଲେସିୟାର ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ ନୁର ହିଶହାମ କହିଛନ୍ତି, କରୋନା ଭାଇରସର ଏହି ଷ୍ଟ୍ରେନ୍ ଏତେ ମାରାତ୍ମକ ଯେ, ଏପର୍ଯ୍ୟନ୍ତ ଭ୍ୟାକସିନ୍ ଉପରେ କରାଯାଇଥିବା ସମସ୍ତ ଅଧ୍ୟୟନକୁ ବୃଥା କରିପାରେ। ଏବେ ଲୋକଙ୍କୁ ଅଧିକ ସଚେତନ ରହିବାକୁ ପଡ଼ିବ କାରଣ ଏହି ଭାଇରସର ପରିବର୍ତ୍ତିତ ରୂପ ଏବେ ମ୍ୟାଲେସିୟାରେ ଦେଖିବାକୁ ମିଳିଛି।

ସେ ଆହୁରି କହିଛନ୍ତି, ନିକଟରେ ଭାରତରୁ ଫେରିଥିବା ଜଣେ ବ୍ୟକ୍ତି କ୍ୱାରେଣ୍ଟାଇନ ନିୟମ ଉଲ୍ଲଙ୍ଘନ କରିଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ୪୫ ଜଣ ଲୋକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ସେମାନଙ୍କୁ ଚିକିତ୍ସା ପ୍ରଦାନ କରାଯିବା ବେଳେ ୩ ଜଣଙ୍କ ଶରୀରରେ ନୂଆ କରୋନା ଭାଇରସ ଷ୍ଟ୍ରେନ ଠାବ ହୋଇଛି।

Advertisment

କରୋନା ଭାଇରସ ଖଣ୍ଡ ଖଣ୍ଡ ହୋଇ ଭୟଙ୍କର ରୂପ ଧାରଣ କରିଥିବା ଏହି ନୂଆ ଷ୍ଟ୍ରେନରୁ ସ୍ପଷ୍ଟ ହୋଇଛି। ଏହାପୂର୍ବରୁ ଦେଖା ଯାଉଥିବା କରୋନା ଷ୍ଟ୍ରେନ ଠାରୁ ନୂଆ ଷ୍ଟ୍ରେନ ୧୦ ଗୁଣା ଅଧିକ ପ୍ରାଣଘାତୀ। ଏହାକୁ ଡି-୬୧୪ଜି କୁହାଯାଏ। ତେଣୁ ଲୋକଙ୍କୁ ଏଥି ପ୍ରତି ସତର୍କ ରହିବା ଦରକାର।

ଯଦି ଏହି ମାରାତ୍ମକ ଷ୍ଟ୍ରେନ ଆମେରିକାରୁ ମାଲେସିଆ ଯାଏ ବ୍ୟାପିବ, ତା’ହେଲେ ଏହା ମଧ୍ୟରେ ଅନେକ ଦେଶ ଆସିବେ।
ଏହି ମାରାତ୍ମକ ଭାଇରସ ଅନେକଙ୍କ ଜୀବନ ନେବାର ମଧ୍ୟ ଆଶଙ୍କା ରହିଛି। ତେଣୁ ଆମ ସମସ୍ତଙ୍କୁ ଏକାଠି ହୋଇ ପୂର୍ବାପେକ୍ଷା ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏଥିସହ ସଂକ୍ରମଣ ଚେନକୁ ଭାଙ୍ଗି ଭାଇରସ ଯେମିତି ଅଧିକ ଖଣ୍ଡଖଣ୍ଡ ହେବନାହିଁ, ତା’ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।

Advertisment

ତେବେ ଭାଇରସର ପରିବର୍ତ୍ତିତ ରୂପକୁ ନେଇ ଆଦୌ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି। ଡବ୍ଲ୍ୟୁଏଚଓର କହିବା ମୁତାବକ, ଏପର୍ଯ୍ୟନ୍ତ ଏହି କଥାର କୌଣସି ପ୍ରମାଣ ଆମକୁ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ