Advertisment

ଅକ୍ଟୋବର ୧ରୁ ଖୋଲିବ କଲେଜ୍

ନୂଆଦିଲ୍ଲୀ: ସାରା ଦେଶରେ NEET-JEE ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ଣ୍ଣାଟକ ସରକାର ବଡ଼ ଘୋଷଣା କରିଛନ୍ତି। ଆଗାମୀ ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ସମସ୍ତ କଲେଜ ଖୋଲିବା ନେଇ ବୁଧବାର କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଶ୍ୱତ ନାରାୟଣ ସିଏମ୍ ଘୋଷଣା କରିଛନ୍ତି। ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଏସ ସୁରେଶ କୁମାର କହିଛନ୍ତି, ଏଥର ଏକାଡେମିକ ସେସନର ଶୁଭାରମ୍ଭ ସେପ୍ଟେମ୍ବର ୧ ତାରିଖରୁ ଅନଲାଇନ୍ କ୍ଲାସ୍ ଜରିଆରେ ହେବ, […]

ଅଦ୍ୟତନ ହୋଇଛି
ଅକ୍ଟୋବର ୧ରୁ ଖୋଲିବ କଲେଜ୍

college

Advertisment

ନୂଆଦିଲ୍ଲୀ: ସାରା ଦେଶରେ NEET-JEE ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ଣ୍ଣାଟକ ସରକାର ବଡ଼ ଘୋଷଣା କରିଛନ୍ତି। ଆଗାମୀ ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ସମସ୍ତ କଲେଜ ଖୋଲିବା ନେଇ ବୁଧବାର କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଶ୍ୱତ ନାରାୟଣ ସିଏମ୍ ଘୋଷଣା କରିଛନ୍ତି।

Advertisment

ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଏସ ସୁରେଶ କୁମାର କହିଛନ୍ତି, ଏଥର ଏକାଡେମିକ ସେସନର ଶୁଭାରମ୍ଭ ସେପ୍ଟେମ୍ବର ୧ ତାରିଖରୁ ଅନଲାଇନ୍ କ୍ଲାସ୍ ଜରିଆରେ ହେବ, କିନ୍ତୁ ଅଫଲାଇନ୍ କ୍ଲାସ୍ ଅକ୍ଟୋବର ମାସରୁ ଆରମ୍ଭ କରାଯିବ। ରାଜ୍ୟ ସରକାର ଶିକ୍ଷା ବିଭାଗ କେନ୍ଦ୍ର ସରକାରଙ୍କଠାରୁ ଅଫଲାଇନ୍ ଶ୍ରେଣୀର ଗାଇଡଲାଇନକୁ ଅପେକ୍ଷା କରିଛନ୍ତି।

ସୂଚନା ମୁତାବକ, ଅକ୍ଟୋବରରେ କିପରି ଅଫଲାଇନ୍ କ୍ଲାସ୍ ଆରମ୍ଭ ହେବ, ସେଥିପାଇଁ କର୍ଣ୍ଣାଟକ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହାସହ କରୋନା ଭଳି ମହାମାରୀ ସମୟରେ ଛାତ୍ର ଏବଂ ଶିକ୍ଷକ ମାନଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ, ତାହା ଉପରେ ମଧ୍ୟ ଯୋଜନା କରାଯାଉଛି।

Advertisment

ଗୋଟିଏ ପଟେ ରାଜ୍ୟରେ ସରକାର କଲେଜ ଖୋଲିବାକୁ ଯୋଜନା କରୁଛନ୍ତି,କିନ୍ତୁ ଅନ୍ୟପଟେ ରାଜ୍ୟ ସରକାର ରାଜ୍ୟରେ ଲଗାତର କରୋନା ଟେଷ୍ଟିଂ କ୍ଷମତା ବଢ଼ାଇ ଚାଲିଛନ୍ତି। ରାଜ୍ୟରେ ଏବେ ପ୍ରୟୋଗଶାଳା ୨ରୁ ୧୦୮କୁ ବୃଦ୍ଧି ପାଇଛି। ଗତ ୫ ଦିନରେ ରାଜ୍ୟରେ ୩ଲକ୍ଷରୁ ଅଧିକ ସାମ୍ପୁଲର ଟେଷ୍ଟ କରାଯାଇଛି। ଏହି ଆଧାରରେ ପ୍ରତିଦିନ ୫୦ହଜାରରୁ ଅଧିକ ଟେଷ୍ଟ କରାଯାଉଛି। ଏପର୍ଯ୍ୟନ୍ତ ରାଜ୍ୟରେ ୨୫ଲକ୍ଷରୁ ଅଧିକ ସାମ୍ପୁଲ୍ ଟେଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ