corona
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ଗୁରୁବାର କରୋନାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୮୩,୮୮୩ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଯାହାକି କୌଣସି ଗୋଟିଏ ଦିନରେ ଏହା ସର୍ବାଧିକ ପଜିଟିଭ୍। ଏହାସହ ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮,୫୩,୪୦୭ରେ ପହଞ୍ଚିଛି।
https://twitter.com/ANI/status/1301371719253405696?s=20
ତେବେ ଆଶ୍ୱସ୍ତିକର ଖବର ହେଉଛି, ଦେଶରେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ୨୯,୭୦,୪୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮,୧୫,୫୩୮ ଆକ୍ଟିଭ୍ ମାମଲା ରହିଛି। ସେହିପରି ଗତ ୨୪ ଘଣ୍ଟା ଭିତରେ ଭାରତରେ ୧,୦୪୩ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୬୭,୩୭୬ ଜଣ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ଦେଶରେ ମଧ୍ୟ ଟେଷ୍ଟିଂ ସଂଖ୍ୟାରେ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ୧୧,୭୨,୧୭୯ ସାମ୍ପଲ୍ ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ମୋଟ ଟେଷ୍ଟ ସଂଖ୍ୟା ୪କୋଟି ୫୫ଲକ୍ଷ ଟପିଛି।
ଯଦି ଆମେ ରାଜ୍ୟ କଥା କହିବା, ତାହେଲେ ମହାରାଷ୍ଟ୍ର ଆଗରେ ରହିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୨୫,୭୩୯ ରହିଥିବା ବେଳେ ଏପର୍ଯ୍ୟନ୍ତ ୨୫,୧୯୫ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ତାମିଲନାଡୁରେ ମୃତ୍ୟୁ ସଂଖ୍ୟା ୭୫୧୬, କର୍ଣ୍ଣାଟକରେ ୫୯୫୦, ଦିଲ୍ଲୀରେ ୪୪୮୧ ଓ ଗୁଜରାଟରେ ୩୦୪୮ରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-3_1625364258.jpg)