vaccine
ଭୁବନେଶ୍ୱର: ଜାନୁଆରୀରେ ଆସିପାରେ ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା । ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଭି. କେ. ପଲ୍। ସେ କହିଛନ୍ତି ଅକ୍ସଫୋର୍ଡ, ଆଷ୍ଟ୍ରାଜେନେକା ଓ ଭାରତର ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକାର ଫେଜ-୩ ପଞ୍ଜୀକରଣ ସରିଛି ।
ଆମ ଦେଶରେ ଯେଉଁ ଫେଜ୍-୩ ପରୀକ୍ଷା ହୋଇଛି ତାହାର ଫଳାଫଳ ଜାନୁଆରୀରେ ଜଣାପଡ଼ିବ । ତେବେ ଏହି ଟିକା ଅନ୍ୟ ଦେଶରେ ମଧ୍ୟ ପରୀକ୍ଷା ଚାଲିଛି। ଗଣମାଧ୍ୟମ ଖବର ମୁତାବକ ଆଷ୍ଟ୍ରାଜେନେକା କଂପାନି ୟୁକେରେ ଏହି ଟିକାର ବ୍ୟବହାର ପାଇଁ ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ଅନୁମତି ମାଗିପାରେ । ଯଦି ଏଭଳି ହୁଏ ତେବେ ଏହାକୁ ଦୃଷ୍ଟିରେ ରହି ଭାରତ ସରକାର ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vaccine-3_1625107787.jpg)