scholl
ନୂଆଦିଲ୍ଲୀ: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏକ ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୩ମାସର ସ୍କୁଲ ଫି’ ଛାଡ କରିଛନ୍ତି। ସେହି ସ୍କୁଲର ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଏବେ ଅନ୍ଲାଇନ୍ରେ ଶିକ୍ଷାଦାନ କରୁଛନ୍ତି। ସ୍କୁଲର ନାଁ ହେଉଛି ‘ନ୍ୟୁ ସ୍କୋଲାର୍ ସ୍କୁଲ’। ଏନେଇ ସେହି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମମତା ମିଶ୍ରା ସୂଚନା ଦେଇଛନ୍ତି। ମମତା କହିଛନ୍ତି ଯେ ସମାଜର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଏହି ସ୍କୁଲରେ ପଢ଼ିଥାନ୍ତି। ଲକ୍ଡାଉନ୍ କାରଣରୁ କାମ ବନ୍ଦ ରହିଛି। ଏନେଇ ଛାତ୍ରଛାତ୍ରୀଙ୍କର ମାତାପିତା ସ୍କୁଲ ଫି’ ଦେବା ସମ୍ଭବ ନୁହେଁ। ସେଥିପାଇଁ ଆମେ ଏପ୍ରିଲ୍, ମେ’ ଓ ଜୁନ୍ ମାସର ସ୍କୁଲ ଫି’ ଛାଡ କରିଦେଇଛୁ।
ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ସ୍କୁଲର କର୍ମଚରୀ ଓ ଶିକ୍ଷକମାନଙ୍କୁ ନିୟମିତ ଭାବେ ସେମାନଙ୍କ ଦରମା ଦିଆଯିବ। ମମତା କହିଛନ୍ତି, ଆମେ ହ୍ୱାଟ୍ସପ୍ ଓ ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଅନ୍ଲାଇନ୍ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ସହିତ ସେମାନଙ୍କ ସହ ଯୋଗାଯୋଗରେ ରହୁଛୁ। ଫି’ ଛାଡ କରିବା ପରେ ଅନେକ ପିତାମାତା ଏନେଇ ଆମ ସହିତ ଯୋଗାଯୋଗରେ ରହୁଛନ୍ତି। ଫଳରେ ସମସ୍ତ ଛାତ୍ରଛାତ୍ରୀଙ୍କର ପିତାମାତାଙ୍କଠୁ ସକରାତ୍ମକ ପ୍ରତିକ୍ରିୟା ମିଳୁଛି । କିନ୍ତୁ ଅନେକ ଛାତ୍ରଛାତ୍ରୀଙ୍କ ପାଖରେ ଇଣ୍ଟରନେଟ୍ର କୌଣସି ସୁବିଧା ନାହିଁ।
ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଜଣେ ପିତା କଥା ହୋଇ କହିଛନ୍ତି ଯେ‘ କୋଭିଡ-୧୯ ଯୋଗୁଁ ସ୍କୁଲ ବନ୍ଦ ରହିଛି, କିନ୍ତୁ ଛାତ୍ରଛାତ୍ରୀମାନେ ଏହି ପାଠ ପଢ଼ାକୁ ଅନ୍ଲାଇନ୍ରେ ସମାଧାନ କରୁଛନ୍ତି।
ସୂଚନା ଅନୁଯାୟୀ, କରୋନା ଭାଇରସ ଯୋଗୁ ଗତ ୩ମାସ ହେବ ବିଦ୍ୟାଳୟଗୁଡିକ ବନ୍ଦ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/scholl_1626696689.jpg)