Advertisment

ଖୁସି ଖବର, ଦେଶରେ କମୁଛି ମୃତ୍ୟୁ ହାର

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକସିନ, ଯାହାକି ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ତିଆରି ହେଉଛି, ତାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍ ପାଇଁ ଅନୁମୋଦନ ମିଳିଛି। ଏକ ସପ୍ତାହ ମଧ୍ୟରେ ଏହା ଦେଶର ୧୭ଟି ସ୍ଥାନରେ ଟ୍ରାଏଲ କରାଯିବ ବୋଲି କହିଛନ୍ତି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ। ସେପଟେ କରୋନାକୁ ନେଇ ଜାତୀୟ ସ୍ତରରେ ଆଉ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ଧୀରେ […]

ଖୁସି ଖବର, ଦେଶରେ କମୁଛି ମୃତ୍ୟୁ ହାର

rajesh-bhusan

Advertisment

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକସିନ, ଯାହାକି ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ତିଆରି ହେଉଛି, ତାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍ ପାଇଁ ଅନୁମୋଦନ ମିଳିଛି। ଏକ ସପ୍ତାହ ମଧ୍ୟରେ ଏହା ଦେଶର ୧୭ଟି ସ୍ଥାନରେ ଟ୍ରାଏଲ କରାଯିବ ବୋଲି କହିଛନ୍ତି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ।

Advertisment

ସେପଟେ କରୋନାକୁ ନେଇ ଜାତୀୟ ସ୍ତରରେ ଆଉ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ଧୀରେ ଧୀରେ କରୋନା ମୃତ୍ୟୁ ହାର କମିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଜୁନ୍ ଦ୍ୱିତୀୟ ସପ୍ତାହରେ ମୃତ୍ୟୁ ହାର ୩.୩୬ % ପ୍ରତିଶତ ଥିଲା।

ତେବେ ଜୁଲାଇ ପ୍ରଥମ ସପ୍ତାହ ବେଳକୁ ଏହା ହ୍ରାସ ପାଇ ୨.୬୯% ହୋଇଥିଲା। ଏବେ ତାହା ସର୍ବନିମ୍ନ ସ୍ତରରେ ପହଞ୍ଚି ୨.୦୧ ପ୍ରତିଶତ ରହିଛି। ଯଦି କରୋନା ମୃତ୍ୟୁ ହାର କଥା ବିଚାରକୁ ନେବା, ତାହେଲେ ଦେଶରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁ ହାର ଅଧିକ ରହିଛି। ମୃତକଙ୍କ ମଧ୍ୟରୁ ୬୮% ପୁରୁଷ ଏବଂ ୩୨% ମହିଳା ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ